ୟୁଟ୍ୟୁବରେ ଧମାଲ ମଚାଉ ଅଛି ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଏହି ଗୀତ, ଆସନ୍ତୁ ଜାଣିବା ମିଳିଛି କେତେ Views

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ : ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖେସାରୀ ଲାଲ ଯାଦବ ଏବଂ ଅଭିନେତ୍ରୀ କାଜଲ ରାଘବାନୀଙ୍କ ଯୋଡି ସବୁଠାରୁ ବଡ ହିଟ୍ ବୋଲି ବିବେଚନା କରାଯାଏ । ଏ ଦୁହିଙ୍କ ଲୋକପ୍ରିୟତା ଭୋଜପୁରୀ ଏବଂ ଅଣ-ଭୋଜପୁରୀ ଅଞ୍ଚଳରେ ଯଥେଷ୍ଟ ଅଧିକ । ତାଙ୍କର ଗୀତ, ମ୍ୟୁଜିକ ଏବଂ ଫିଲ୍ମ ଆସିବା ମାତ୍ରେ ସୁପରହିଟ୍ ହୋଇଯାଏ ।ସେମାନଙ୍କର ଗୀତଗୁଡ଼ିକ ୟୁଟ୍ୟୁବରେ ଦେଖାଯିବା ମାତ୍ରେ ଟ୍ରେଣ୍ଡ ହୋଇଥାଏ । ଏହି ଦୁଇ ସେଲିବ୍ରେଟଙ୍କର ଅନସ୍କ୍ରିନ୍ କେମେଷ୍ଟ୍ରିକୁ ବହୁତ ପସନ୍ଦ କରାଯାଏ ।

ଆଜିକାଲି ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଏକ ଗୀତ ବହୁତ ଶୁଣିବାକୁ ମିଳୁଛି । ଗୀତର ନାମ ହେଉଛି ‘ପାଗଲ ବାନାଇବେ କା ରେ ପତରକି’ । ଏହି ଗୀତକୁ ଖେସାରୀ ଲାଲ ଯାଦବ ଏବଂ ପ୍ରିୟଙ୍କା ସିଂହ ଗାଇଛନ୍ତି । ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବନୀ ଏଥିରେ ଅଭିନୟ କରୁଛନ୍ତି । ଏହି ଗୀତରେ କାଜଲ ରାଘବାନୀ ଖୁବ ବୋଲ୍ଡ ନଜରରେ ଆସିଛନ୍ତି । ଏଥିରେ କାଜଲ ରାଘବାନୀଙ୍କ ଭଲ ଡ୍ୟାନ୍ସସିଂଙ୍ଗ ମୁଭସ ଦେଖିବାକୁ ମିଳୁଅଛି ।

‘ପାଗଲ ବାନାଇବେ କା ରେ ପତରକି’ ଭୋଜପୁରୀର ପ୍ରସିଦ୍ଧ ଗୀତିକାର ଆଜାଦ ସିଂହ ଲେଖିଥିବାବେଳେ ଏହାକୁ ଘାସୁ ମ୍ୟୁଜିକ ଧନଞ୍ଜୟ ମିଶ୍ର କମ୍ପୋଜ କରିଛନ୍ତି । ଏହି ଗୀତକୁ ଡିସେମ୍ବର 2018 ରେ ଜି ମ୍ୟୁଜିକ୍ ଭୋଜପୁରୀର ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ କରାଯାଇଥିଲା । ଏହି ଗୀତଟି କେବଳ ୟୁଟ୍ୟୁବରେ 27 କୋଟିରୁ ଅଧିକ ଥର ଦେଖାଯାଇଛି । ଏହି ଗୀତଟି ହେଉଛି ଭୋଜପୁରୀ ଫିଲ୍ମ ‘ଦବଙ୍ଗ ସରକାର’ର ଆଇଟମ୍ ନମ୍ବର ।

ଏଠାରେ ଦେଖନ୍ତୁ ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଗୀତ

ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଫିଲ୍ମ ‘ଦବଙ୍ଗ ସରକାର’ ଏକ ସୁପରହିଟ୍ ଥିଲା । ଏହି ଫିଲ୍ମଟି କେବଳ ଡିସେମ୍ବର 2018 ରେ ଲଞ୍ଚ କରାଯାଇଥିଲା । ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏହା ଏହି ପ୍ରକାରର ପ୍ରଥମ ଫିଲ୍ମ ଥିଲା । ଏହି ଫିଲ୍ମଟି କମାଇରେ ରେକର୍ଡ କରିଥିଲା । ଏହି ଫିଲ୍ମ ଉତ୍ତରପ୍ରଦେଶରେ ମଧ୍ୟ ଟିକସମୁକ୍ତ ଥିଲା । ଏହି ଫିଲ୍ମରେ ଖେସାରୀ ଲାଲ ଯାଦବଙ୍କ ସହିତ ଆୟୁଶି ତିୱାରୀ, ଜୟ ଶଙ୍କର ପାଣ୍ଡେ, ସୁଭାଷ ଏବଂ ଅଜୟ ସିଂହଙ୍କ ସମେତ ଅନେକ ବଡ଼ ଭୋଜପୁରୀ ଅଭିନେତା ଥିଲେ ।


ସେୟାର କରନ୍ତୁ