Coronavirus: ଦେଶରେ 24 ଘଣ୍ଟାରେ 45 ହଜାର ନୂଆ କରୋନା କେସ, ଆକ୍ଟିଭ କେସ ବଢିକରି ପାଖାପାଖି 4 ଲକ୍ଷ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଏବେ ପ୍ରତିଦିନ ପାଖାପାଖି 45 ହଜାର ନୂଆ କରୋନା କେସ ସାମ୍ନାକୁ ଆସୁଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 45 ହଜାର 352 ନୂଆ କେସ ସାମ୍ନାକୁ ଆସିଅଛି । ଏହାର ଗୋଟିଏ ଦିନ ପୂର୍ବରୁ 47,092 ମାମଲା ଆସିଥିଲା । ପୂର୍ବ 24 ଘଣ୍ଟା ମଧ୍ୟରେ 366 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ତେବେ ପୂର୍ବ 24 ଘଣ୍ଟାରେ ମଧ୍ୟ 34 ହଜାର 791 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ବର୍ତ୍ତମାନ ରିକବରୀ ଅପେକ୍ଷା ଦେଶରେ ଅଧିକ ନୂଆ କରୋନା ମାମଲା ଆସୁଅଛି, ଯେଉଁ କାରଣରୁ ସକ୍ରିୟ ମାମଲା ବଢୁଅଛି । କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷକୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 29 ଲକ୍ଷ 3 ହଜାର 289କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 39 ହଜାର 895 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 20 ଲକ୍ଷ 63 ହଜାର 616 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 99 ହଜାର 778 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 2 ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 52 କୋଟି 65 ଲକ୍ଷ 35 ହଜାର 068 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 16 ଲକ୍ଷ 66 ହଜାର 334 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ