ରିଲିଜ ହେଲା ହରିୟାଣାବି ଗୀତ ‘କାଲା କାଲା ଚଷମା’, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ହରିୟାଣୀବି ଗୀତ : ହରିୟାଣାବି ସିଙ୍ଗର ରାଜୁ ପଞ୍ଜାବୀ ଏବଂ ସିନମ କ୍ୟାଥୋଲିକଙ୍କର ନୂଆ ଗୀତ ୟୁଟ୍ୟୁବରେ ରିଲିଜ ହୋଇଯାଇଛି । ଏହି ଗୀତରେ ଡ୍ୟାନ୍ସର ଅଞ୍ଜଳି ରାଘବ କାୟ ଡ଼ି (କୁଲଦୀପ କୌଶିକ )ଙ୍କର ଯୋଡି ଅଛନ୍ତି । ଗୀତର ନାମ ‘କାଲା କାଲା ଚଷମା’ ଅଟେ । କାୟ ଡ଼ି ଏବଂ ଅଞ୍ଜଳିଙ୍କ ଯୋଡି ଏକ ସାଥିରେ ଖୁବ ଭଲ ଲାଗୁଛି । ଗୀତରେ ଆପଣଙ୍କୁ ଅଞ୍ଜଳି ରାଘବ ୱେଷ୍ଟର୍ନ ଓ ଟ୍ରେଡ଼ଇସନଲ ରୂପରେ ନଜର ଆସିବେ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ନିଜର ସବୁ ଗୀତ ଭଳି ଏଥିରେ ମଧ୍ୟ ଅଞ୍ଜଳି ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏହି ଗୀତରେ ଅଞ୍ଜଳି ରାଘବ ଏବଂ କାୟ ଡ଼ିଙ୍କର କେମେଷ୍ଟ୍ରି ଖୁବ ଭଲ ଲାଗୁଛି । କହିବାକି ଅଞ୍ଜଳି ରାଘବ ହରିୟାଣାର ଜଣେ ଡ୍ୟାନ୍ସର ଅଟନ୍ତି । ଅଞ୍ଜଳି ରାଘବଙ୍କ ଗୀତକୁ ଖୁବ ପସନ୍ଦ କରାଯାଉଅଛି ।

ଅଞ୍ଜଳି ରାଘବଙ୍କ ଗୀତ ରିଲିଜ ହେବା ମାତ୍ରେ ଖୁବ ଜୋରରେ ଭାଇରଲ ହୋଇଥାଏ । ଅଞ୍ଜଳି ରାଘବ ଅନେକ ହରିୟାଣାବି ଗୀତରେ କାମ କରିଅଛନ୍ତି । ‘ଡାର୍ଲିଂଗ’ ଗୀତରେ ଅଞ୍ଜଳି ରାଘବ ନଜର ଆସିଥିଲେ । ଯେଉଁ ଗୀତ ୟୁଟ୍ୟୁବରେ ଧମାଲ ମଚାଇଥିଲା । ଦର୍ଶକ ଏହାକୁ 50 ଲକ୍ଷରୁ ଅଧିକ ଥର ଦେଖିସାରିଛନ୍ତି । ଏହି ଗୀତକୁ ରେଣୁକା ପାୱାର ଗାଇଥିଲେ ।


ସେୟାର କରନ୍ତୁ