ଶତ୍ରୁଘନ ସିହ୍ନ। କଲେ ଟୁଇଟ,ସଞ୍ଜୟ ରାଓତଙ୍କୁ ବତାଇଲେ ହନୁମାନ ଏବଂ ଶରଦ ପାୱାରଙ୍କୁ କହିଲେ ଚାଣକ୍ୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ମାସର ହାଇଭୋଲଟେଜ ଡ୍ରାମା ଚାଲିବା ପରେ ଏବେ ସରକାର ଵନିବାକୁ ଯାଉଅଛି । ଶିବସେନା,କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସାଥିରେ ଆସିକରି ଗଠବନ୍ଧନ କରି ସରକାର କରିବାପାଇଁ ଫଇସଲା କରିଛନ୍ତି ।

ଏହା ସାଥିରେ ଏଇ 1ମାସ ମଧ୍ୟରେ ମହାରାଷ୍ଟ୍ରରେ ସିଆସି ପଢ଼ ଉଠ ଦେଖିବାକୁ ମିଳିଅଛି । ଏହି ପୁରା ମାମଲାକୁ ନେଇ କରି ବଲିଓଡ଼ର କେତେ ଚର୍ଚ୍ଚିତ ଚେହେରା ମଧ୍ୟ ସୁରଖିଆରେ ରହିଛନ୍ତି । ଏହା ଭିତରେ ଏବେ ବଲିଓଡ଼ ଆକ୍ଟର ଏବଂ ବିଜେପି ଛାଡି କଂଗ୍ରେସରେ ସାମିଲୀ ହୋଇଥିବା ଶତ୍ରୁଘନ ସିହ୍ନ।ଙ୍କ ଟୁଇଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ସରକାର ବିନେଇବାପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହା ପୂର୍ବରୁ ଶତ୍ରୁଘନ ସିହ୍ନ। ଏକ ଟୁଇଟ କରିଛନ୍ତି । ଏହି ଟୁଇଟରେ ଶତ୍ରୁଘନ ସିହ୍ନ। ଶିବସେନା ଏବଂ ଏନସିପିର ତାରିଫ କରିଛନ୍ତି । ସେ ଶିବସେନା ଅଧକ୍ଷ ଉଦ୍ଧବ ଥାକେରେଙ୍କୁ ବଧାଇ ମଧ୍ୟ ଜଣାଇଛନ୍ତି ।

ନିଜର ଟୁଇଟରେ ସିହ୍ନ। କହିଛନ୍ତି, ‘ସବୁଠାରୁ ଉପେକ୍ଷିତ,ପ୍ରତିକ୍ଷିତ ଓ ଯୋଗ୍ୟ ସରକାରର ଶପଥ ଗ୍ରହଣ ଦିନ ଏବଂ ଆମର ପାରିବାରିକ ମିତ୍ର, ମହାରାଷ୍ଟ୍ରର ବାଗଡୋର ସମ୍ଭାଳିବା ପାଇଁ ବାଲା ସାହେବଙ୍କର ଯୋଗ୍ୟ ପୁତ୍ର ଉଦ୍ଧବ ଥାକେରେଙ୍କୁ ବଧାଇ ହୋ ।’ ଏହା ସାଥିରେ ସେ ଶିବସେନାର କିଛି ନେତାମାନଙ୍କୁ ମଧ୍ୟ ବଧାଇ ଦେଇଛନ୍ତି ।

ସେଇଠି ଶତ୍ରୁଘନ ସିହ୍ନ। ନିଜର ଟୁଇଟରେ ଲେଖିଛନ୍ତି, ହନୁମାନ ସଞ୍ଜୟ ରାଓତ ପଡିଆରେ ଠିଆହୋଇ ରହିଲେ ତେଣୁ ସେ ତାରିଫର ହକଦାର । ଲୌହ ପୁରୁଷ, ଚାଣକ୍ୟ ଏବଂ ଦେଶର ନେତା ମାନନୀୟ ଶରଦ ପାୱାରଙ୍କୁ ବହୁତ ବଧାଇ । ପ୍ରତିଷ୍ଠିତ ସୁପ୍ରିୟା ସୁଲେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବତାଇ ଦବାକି ମହାରାଷ୍ଟ୍ର ବିଧାନସଭା ଚୁନାଵ 2019ର ନତୀଜା ଆସିବାର ଏକ ମାସରୁ ଅଧିକା ସମୟ ବିତିଯିବା ପରେ ଏବେ ମହାରାଷ୍ଟ୍ରରେ ଉଦ୍ଧବ ଥାକେରେ ଶପଥ ନେବାପାଇଁ ଯାଉଛନ୍ତି । ଶିବାଜୀ ପାର୍କରେ ହେବାପାଇଁ ଥିବା ଶପଥ ସମାରୋହରେ 70ହଜାରରୁ ଅଧିକ ଚୌକି ପକାଯାଇଛି ।

ଏହା ସାଥିରେ 6000ସ୍କୁୟାରଫୁଟର ଏକ ମଞ୍ଚ ସଜାଯାଇଅଛି । ଯେଉଁଠି କରିବ 100ଭିଆଇପି ମେହେମାନ ବସିପାରିବେ । ଏହା ସାଥିରେ ପଡିଆରେ 20ରୁ ଅଧିକ ଏଲଇଡ଼ି ସ୍କ୍ରିନ ଲଗାଯାଇଛି । ଶିବାଜୀ ପାର୍କରେ ଏକ ବଡ଼ ଷ୍ଟେଜ କରାଯାଇଅଛି ଯାହାକି ଛତ୍ରପତି ମହାରାଜାଙ୍କର ଦରବାର ଭଳିଆ ଅଟେ ।


ସେୟାର କରନ୍ତୁ