ସପନା ଚୌଧୁରୀଙ୍କ ନୂଆ ଗୀତ ମଚାଇଲା ଧମାଲ, ରିଲିଜ ସାଥିରେ ଭାଇରଲ ହେଲା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ ଏବଂ ସିଙ୍ଗର ବିଶ୍ୱଜିତ ଚୌଧୁରୀଙ୍କ ଏହି ନିକଟରେ ଏକ ନୂଆ ଗୀତ ରିଲିଜ ହୋଇଅଛି । ଏହି ଗୀତ ଇଣ୍ଟରନେଟରେ ଧମାଲ ମଚାଉ ଅଛି । ଏହି ଗୀତର ନାମ ହେଉଛି ମିଲ୍ଲିକି…. ଯାହାକୁ ବିଶ୍ୱଜିତ ଚୌଧୁରୀଙ୍କ ସହିତ ରୁଚିକା ଜଂଗୀଡ଼ ଗାଇଛନ୍ତି । ଗୀତ ରିଲିଜ ହେବା ପରେ ଇଣ୍ଟରନେଟରେ ଛାଇ ଯାଇଛି ।ଏହାକୁ ୟୁଟ୍ୟୁବରେ ଏପର୍ଯ୍ୟନ୍ତ 27 ଲକ୍ଷରୁ ଅଧିକ ଥର ଦେଖାଗଲାଣି । ଗୀତର ଲିରିକ୍ସ ନବୀନ ବିଶୁ ବାବୁ ଲେଖିଛନ୍ତି ।

ସପନା ଚୌଧୁରୀଙ୍କ ଦିବାନା ପ୍ରଂଶସଙ୍କ ତାଙ୍କର ଏକ ଝଲକ ଦେଖିବା ପାଇଁ ପାଗଳ ହୋଇଥାନ୍ତି । ଏହି ଗୀତରେ ସପନା ଚୌଧୁରୀ ବହୁତ ସୁନ୍ଦର ଏବଂ ଦେଶୀ ଅନ୍ଦାଜରେ ଦେଖାଯାଉଛନ୍ତି । ଗୀତର ଅବଧି 3 ମିନିଣ୍ଟ 44 ସେକେଣ୍ଡର ଅଟେ । ମିଲ୍ଲିକି… ଗୀତକୁ 24 ଫେବୃୟାରୀରେ ୟୁଟ୍ୟୁବରେ ରିଲିଜ କରାଯାଇଥିଲା ।

ଏଠାରେ ଦେଖନ୍ତୁ ଭିଡ଼ିଓ…


ସେୟାର କରନ୍ତୁ