KKR ତରଫରୁ ଆଇପିଏଲ ନିଲାମ 2021 ‘ରେ ସାମିଲ ହେଲେ ଶାହାରୁଖଙ୍କ ପୁଅ ଏବଂ ଜୁହିଙ୍କ ଝିଅ, ଅଭିନେତ୍ରୀ କହିଲେ- ବହୁତ ଖୁସି ଅଛି …

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜି ଚେନ୍ନାଇରେ ଆଇପିଏଲ ନିଲାମ 2021 ର ଆୟୋଜନ କରାଯାଇଛି, ଯେଉଁଥିରେ ଶାହାରୁଖ ଖାନ ତରଫରୁ ତାଙ୍କ ପୁଅ ଆର୍ଯ୍ୟନ ଏବଂ ଜୁହି ଚାୱଲାଙ୍କ ତରଫରୁ ତାଙ୍କ ଝିଅ ଜାହ୍ନବୀ ପହଞ୍ଚିଥିଲେ । ଏହି ଷ୍ଟାର କିଡ଼ସ ଦ୍ୱୟ ଆଇପିଏଲ୍ 2021 ନିଲାମ ଟେବୁଲରେ ଏକାଠି ବସିଥିବାର ନଜର ଆସିଥିଲେ । ଜୁହି ଚାୱଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଏବଂ ଝିଅ ଜାହ୍ନବୀଙ୍କ ଏକାଠି ବସିଥିବା ଫଟୋ ଟ୍ୱିଟ୍ କରିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଉଛନ୍ତି । କେବଳ ଏତିକି ନୁହେଁ, ଟୁଇଟ୍ କରିବା ସମୟରେ ଜୁହି ଲେଖିଥିଲେ – ଦୁହିଁଙ୍କୁ ନିଲାମରେ ଅଂଶଗ୍ରହଣ କରିବା ଦେଖି ବହୁତ ଖୁସି ହେଲି ।

ଜୁହି ଚାୱଲା ଲେଖିଛନ୍ତି, ଟ୍ୱିଟ୍ କରିଛନ୍ତି: ନିଲାମ ଟେବୁଲରେ କେକେଆରର ପିଲା ଉଭୟ ଆର୍ଯ୍ୟନ୍ ଏବଂ ଜାହ୍ନବୀଙ୍କୁ ଦେଖି ବହୁତ ଖୁସି ଲାଗିଲା । ଜୁହିଙ୍କ ଏହି ଟ୍ୱିଟରେ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି । ଜୁହି ଦୁହିଁଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଆର୍ଯ୍ୟନ୍ ଚା ପିଉଥିବା ନଜର ଆସୁଥିବା ବେଳେ ଜାହ୍ନବୀ ହସୁଥିବାର ଟେବୁଲ ଉପରେ ନଜର ଆସିଛନ୍ତି ।


ସେୟାର କରନ୍ତୁ