ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ର ନୂଆ ଗୀତ ‘ବମ ଭୋଲେ’ ହେଲା ରିଲିଜ, ଅଭିନେତାଙ୍କ ରୌଦ୍ର ରୂପ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ’ର ଏକ ନୂଆ ଗୀତ’ ବମ୍ ଭୋଲେ ‘ରିଲିଜ୍ ହୋଇଛି । ଏଥିରେ ଅକ୍ଷୟଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ତାଙ୍କୁ ଜବରଦସ୍ତ ପ୍ରଶଂସା କରୁଛନ୍ତି । ଏହି ଗୀତ ରିଲିଜ୍ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଚର୍ଚାରେ ରହିଅଛି ଏବଂ ଏହା ଭାଇରାଲ ହେବାରେ ଲାଗିଛି ।

ଏହି ଗୀତରେ ଅକ୍ଷୟ କୁମାରଙ୍କୁ ରୌଦ୍ର ରୂପେ ଦେଖିବାକୁ ମିଳିଛି । ତାଙ୍କର ଡ୍ୟାନ୍ସ ବହୁତ ଜବରଦସ୍ତ ଅଟେ । ସେ ତାଣ୍ଡବ କରୁଛନ୍ତି ଏବଂ ଶିବ ଭକ୍ତିରେ ଝୁମୁ ଥିବାର ନଜର ଆସିଛନ୍ତି । ଅକ୍ଷୟଙ୍କ ଏହି ଅବତାରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ୟୁଟ୍ୟୁବରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ଏହାକୁ ଦେଖିଛନ୍ତି ।

ଏଠାରେ ଦେଖନ୍ତୁ ୟୁଜରଙ୍କ ଟୁଇଟର

କହିବାକି ‘ଲକ୍ଷ୍ମୀ ବମ୍’ର ନାମ ବଦଳିକରି ‘ ଲକ୍ଷ୍ମୀ ‘ରେ ପରିବର୍ତ୍ତିତ ହୋଇଛି । ସେନ୍ସର ବୋର୍ଡର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଅକ୍ଷୟ କୁମାରଙ୍କ ସହ ଫିଲ୍ମର ସହ-ନିର୍ମାତା ଶବିନା ଖାନ୍ ଏବଂ ତୁଷାର କପୁର ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ ।

ଜାତୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଅବସ୍ଥିତ ଏକ ସଂଗଠନ – ଶ୍ରୀ ରାଜପୁତ କର୍ଣ୍ଣୀ ସେନା ଫିଲ୍ମର ନାମକୁ ବିରୋଧ କରି କହିଛନ୍ତି ଯେ ଫିଲ୍ମର ନାମ ଦେବୀ ଲକ୍ଷ୍ମୀଙ୍କୁ ଅପମାନିତ କରୁଛି ଏବଂ ଏହା ଭାବନାକୁ ଆଘାତ କରୁଛି । ଏହି ବିଷୟରେ ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ସଂଗଠନ ତରଫରୁ ଏକ ଆଇନଗତ ନୋଟିସ ଦିଆଯାଇଥିଲା ।

ଏହି ହରର କମେଡି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ କିଆରା ଆଡଭାନୀ ଅଭିନୟ କରିଛନ୍ତି । ଏହା ତାମିଲ ଫିଲ୍ମ ମୁମି 2: କାଞ୍ଚନା ର ରିମେକ୍ । ଏହି ଫିଲ୍ମଟି ନଭେମ୍ବର 9 ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାର୍ ଭିଆଇପିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି ।


ସେୟାର କରନ୍ତୁ