24 ଘଣ୍ଟାରେ କରୋନା ନୂତନ ମାମଲା ସାମ୍ନାକୁ ଆସିଲା 78 ହଜାରରୁ ଅଧିକ, ମୋଟ ସଂକ୍ରମିତଙ୍କ ସଂଖ୍ୟା 36 ଲକ୍ଷ ପାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦୈନିକ ଭାରତରେ ଆସୁଥିବା କୋଭିଡ -19 ମାମଲା ଦ୍ରୁତ ଗତିରେ ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 36,21,245 କୁ ବୃଦ୍ଧି ପାଇଛି । ପୂର୍ବ 24 ଘଣ୍ଟା ମଧ୍ୟରେ 78,512 ନୂତନ ମାମଲା ହୋଇଥିବାବେଳେ 971 ଜଣଙ୍କର ମୃତ୍ୟୁ ହୋଇଛି । ଯାଦ୍ୱାରା ମୃତକଙ୍କ ମୋଟ ସଂଖ୍ୟା 64,469 ହୋଇଛି । ଦେଶରେ ବର୍ତ୍ତମାନ କରୋନାରେ 7,81,975 ମାମଲା ଆକ୍ଟିଭ ରହିଛି । ପୂର୍ବ 24 ଘଣ୍ଟା ମଧ୍ୟରେ 60,868 ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି । ସମୁଦାୟ 27,74,801 ଲୋକ ଏପର୍ଯ୍ୟନ୍ତ ଏହି ଭାଇରସକୁ ମାତ ଦେବାରେ ସକ୍ଷମ ହୋଇଛନ୍ତି ।


ସେୟାର କରନ୍ତୁ