“ଆଧାର କାର୍ଡ ଦେଖ” – ମାନସିକ ସ୍ତରରେ ଦୁର୍ବଳ ବୃଦ୍ଧଙ୍କୁ ମରାଗଲା ମାଡ, ପରେ ରାସ୍ତା କଡ଼ରେ ମିଳିଲା ମୃତଦେହ

ଦେଶବିଦେଶ
ସେୟାର କରନ୍ତୁ

ମଧ୍ୟପ୍ରଦେଶ ଭୋପାଲ : ମଧ୍ୟପ୍ରଦେଶର ନିମଚରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଏକ ଅମାନୁଷିକ କାର୍ଯ୍ୟ କରାଯାଇଅଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବୃଦ୍ଧଙ୍କୁ ଜୋରରେ ଜୋରରେ ଚାପୁଡ଼ା ମାରୁଛନ୍ତି ଏବଂ ତାଙ୍କୁ ନିଜର ପରିଚୟ ପ୍ରମାଣ କରିବାକୁ କହୁଛନ୍ତି । ନିମଚ ଜିଲ୍ଲାର ମାନସାର ଏହି ଘଟଣା କୁହାଯାଉଛି । ରତ୍‌ଲମ୍‌ ଜିଲ୍ଲାର ସରସି ନିବାସୀ ଏହି ବୃଦ୍ଧ ଭମ୍ବରଲାଲ ଚତର ଜୈନ ଯାହାଙ୍କର ବୟସ 65 ହେବ, ସେ ମାନସିକ ସ୍ତରରେ ଦୁର୍ବଳ ଥିଲେ ।

ଏହି ଘଟଣା ପରେ ମଧ୍ୟପ୍ରଦେଶର ନିମୁଚ୍‌ ଜିଲ୍ଲାରେ ଏକ ମାମଲା ରୁଜୁ ହୋଇଛି । ଏହି ଭିଡିଓରେ ମାନସିକ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଜଣକ ଦିନେଶ କୁସୱାହା ବୋଲି ଜାଣିବାକୁ ମିଳିଛି ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବୃଦ୍ଧ ଜଣକ ବସିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଆସି ପ୍ରଶ୍ନ କରିଥି‌ଲେ, ‘ତୁମ ନାଁ ମହମ୍ମଦ? ଠିକ୍‌ରେ ନାଁ କୁହ । ଆଧାରକାର୍ଡ ଦେଖାଅ।’ ଏପରି କହିବା ସହ ମାଡ଼ ଉପରେ ମାଡ଼ ମାରି ଚାଲିଥିଲେ ।

ପୁଲିସ୍‌ ସୂତ୍ରରୁ ଜଣାଯାଇଥିବା ରିପୋର୍ଟ ମୁତାବକ, ମୃତ ବୟସ୍କ ବ୍ୟକ୍ତି ଜଣକ ରତ୍‌ଲମ୍‌ ଜିଲ୍ଲାର ସର୍‌ସିର ଭମ୍ବରଲାଲ ଚତର ଜୈନ୍‌। ସେ ରାଜସ୍ଥାନର ଏକ ଧାର୍ମିକ ଉତ୍ସବରେ ‌ଯୋଗ ଦେବାକୁ ଯାଇ ମେ 15 ତାରିଖରେ ନିଖୋଜ ହୋଇ ଯାଇଥିଲେ । ପୁଲିସ୍‌ ଏକ ନିଖୋଜ ଅଭିଯୋଗ ଲେଖିବା ସହ ତାଙ୍କର ଏକ ଫଟୋ ଜାରି କରିଥିଲା । ଗତକାଲି ଏକ ରାସ୍ତାକଡ଼ରୁ ତାଙ୍କ ମୃତଦେହ ମିଳିଥିଲା। ମୃତ‌ଦେହ ମିଳିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।


ସେୟାର କରନ୍ତୁ