Coronavirus: ଦେଶରେ ଆସିଲା 8 ହଜାରରୁ ଅଧିକ ନୂଆ କରୋନା କେସ, 465 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା କେସ ଲଗାତାର କମିବାରେ ଲାଗି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 8 ହଜାର 318 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 465 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 10 ହଜାର 967 ଲୋକ କରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 8 ହଜାର 318
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 45 ଲକ୍ଷ 63 ହଜାର 749

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 10 ହଜାର 967
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 39 ଲକ୍ଷ 88 ହଜାର 797

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ଶହ 65
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 67 ହଜାର 933

ମୋଟ ଆକ୍ଟିଭ କେସ- ଏକ ଲକ୍ଷ 07 ହଜାର 019

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 26 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 63 କୋଟି 82 ଲକ୍ଷ 47 ହଜାର 889 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 9 ଲକ୍ଷ 69 ହଜାର 354 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ