Coronavirus: 24 ଘଣ୍ଟାରେ ଆସିଲା 61 ହଜାର ନୂଆ ମାମଲା, 848 ଲୋକଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ 31 ଲକ୍ଷରୁ ଅଧିକ କେସ, 58 ହଜାରରୁ ଅଧିକ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରୋଗୀଙ୍କ ମୋଟ ସଂଖ୍ୟା 31 ଲକ୍ଷ ଅତିକ୍ରମ କରିଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 60,975 ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି ଏବଂ 848 ଜଣଙ୍କର ମୃତ୍ୟୁ ହୋଇଛି । ଏହି କରୋନା ମାମଲା ପୂର୍ବ ଦିନରେ ଅନ୍ୟ ଦେଶ ତୁଳନାରେ ସର୍ବାଧିକ । ଆମେରିକା ଏବଂ ବ୍ରାଜିଲରେ ପୂର୍ବ ଦିନରେ ଯଥାକ୍ରମେ 41,448 ଏବଂ 21,434 ଟି ନୂଆ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଅଗଷ୍ଟ 22 ରେ ଭାରତରେ ରେକର୍ଡ 69,878 କରୋନା ମାମଲା ରିପୋର୍ଟ ହୋଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଏପର୍ଯ୍ୟନ୍ତ 31 ଲକ୍ଷ 67 ହଜାର 323 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 58,390 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 4 ହଜାରକୁ ବୃଦ୍ଧି ପାଇଛି ଏବଂ 24 ଲକ୍ଷ ଲୋକ ଏହି ରୋଗରୁ ଠିକ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ରହିଛି ।

ଆକ୍ଟିଭ କେସ ମାମଲାରେ ଟପ 5 ରାଜ୍ୟ
ତାଜା ସଂଖ୍ୟା ମୁତାବକ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ ମାମଲା ରହିଛି । ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ମୁତାବକ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ଭାରତ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ