ରାଜ୍ୟରେ 1602 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 33479କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1602 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33479କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1602 ଜଣଙ୍କ ମଧ୍ୟରୁ 993 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 609 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1602 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 308 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ 15, ବାଲେଶ୍ବରରୁ 29, ବରଗଡରୁ 13, ଭଦ୍ରକରୁ 20, ବଲାଙ୍ଗିରରୁ 38, ବୌଦ୍ଧରୁ 9, କଟକରୁ 54, ଢେଙ୍କାନାଳରୁ 49, ଗଜପତିରୁ 108, ଜଗତସିଂହପୁରରୁ 19, ଯାଜପୁରରୁ 44, ଝାରସୁଜୁଡା 7, କଳାହାଣ୍ଡିରୁ 30, କନ୍ଧମାଳରୁ 45, କେନ୍ଦ୍ରାପଡାରୁ 15, କେନ୍ଦୁଝର 31, ଖୋର୍ଦ୍ଧାରୁ 285, କୋରାପୁଟରୁ 46, ମାଲକାନଗିରିରୁ 30, ମୟୁରଭଞ୍ଜରୁ 39 ଜଣ, ନବରଙ୍ଗପୁର 9, ନୟାଗଡ଼ 33, ନୂଆପଡ଼ା 5, ପୁରୀ 50, ରାୟଗଡ଼ା 164, ସମ୍ବଲପୁର 39, ସୋନପୁର 6 ଏବଂ ସୁନ୍ଦରଗଡ ଜିଲ୍ଲାରୁ 62 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 33479 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 12737ଟି ଆକ୍ଟିଭ କେସ୍ ରହିଅଛି ଏବଂ 20517 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ