Coronavirus: ଭାରତରେ କରୋନାର ମୋଟ ମାମଲା 14.83 ଲକ୍ଷ, ଏପର୍ଯ୍ୟନ୍ତ 33425 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ସମସ୍ତ ଉଦ୍ୟମ ସତ୍ୱେ ମଧ୍ୟ କରୋନା ଭାଇରସ୍ ମାମଲା ବଢ଼ିବାରେ ଲାଗୁଅଛି । ଏହା ଲଗାତାର କ୍ରମାଗତ ଚତୁର୍ଥ ଦିନ ଅଟେ ଯାହାକି ଦେଶରେ Covid-19 ମାମଲା 45 ରୁ 50 ହଜାର ମଧ୍ୟରେ ଆସିଛି । ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ତାଜା ସଂଖ୍ୟା ମୁତାବକ, ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 47,703 ନୂଆ ମାମଲା ରୁଜୁ ହୋଇଛି । ଯାହା ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 14,83,156 କୁ ବୃଦ୍ଧି ପାଇଛି । ଏଥି ସହିତ 654 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମୋଟ ମୃତକଙ୍କ ସଂଖ୍ୟା 33425 କୁ ବୃଦ୍ଧି ପାଇଛି ।

ତେବେ କହିବାକି ଏହି ଭାଇରସରେ ଆରୋଗ୍ୟ ହୋଇଥିବା ଲୋକଙ୍କ ବିଷୟରେ ତ, ବର୍ତ୍ତମାନ ପର୍ଯ୍ୟନ୍ତ 952743 ଲୋକ ଏହି ବିପଜ୍ଜନକ ଭାଇରସକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ମଙ୍ଗଳବାର, ରିକବରୀ ରେଟ୍ ପୁଣି ଥରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି, ବର୍ତ୍ତମାନ ଏହା 64.23 ପ୍ରତିଶତକୁ ବୃଦ୍ଧି ପାଇଛି ।


ସେୟାର କରନ୍ତୁ