ରାଜ୍ୟରେ 1215 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 28107କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1215 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 28,107କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1215 ଜଣଙ୍କ ମଧ୍ୟରୁ 753 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 462 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1215 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 332, ଅନଗୁଳରୁ 11, ବାଲେଶ୍ଵରରୁ 29, ବରଗଡ଼ରୁ 10, ଭଦ୍ରକରୁ 2, ବଲାଙ୍ଗିରରୁ 21, ବୌଦ୍ଧରୁ 2, କଟକରୁ 60, ଦେବଗଡ଼ରୁ 1, ଢେଙ୍କାନାଳରୁ 1, ଗଜପତିରୁ 89, ଜଗତସିଂହପୁରରୁ 47, ଯାଜପୁରରୁ 20, ଝାରସୁଗୁଡ଼ାରୁ 2, କଳାହାଣ୍ଡିରୁ 8, କନ୍ଧମାଳରୁ 14, କେନ୍ଦ୍ରାପଡ଼ାରୁ 14, କେଉଁଝରରୁ 77, ଖୋର୍ଦ୍ଧାରୁ 312, କୋରାପୁଟରୁ 73, ମାଲକାନାଗିରିରୁ 14, ମୟୁରଭଞ୍ଜରୁ 22, ନୟାଗଡ଼ରୁ 7, ନୂଆପଡ଼ାରୁ 8, ପୁରୀରୁ 11, ରାୟଗଡ଼ାରୁ 24, ସୋନପୁରରୁ 2, ସୁନ୍ଦରଗଡ଼ରୁ 2 ଜଣ ରହିଛନ୍ତି ।

ଏବେ ରାଜ୍ୟରେ ମୋଟ 28,107 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 10,545ଟି ଆକ୍ଟିଭ କେସ୍ ରହିଅଛି ଏବଂ 17,373 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ