ସାରା ଦୁନିଆରେ କରୋନା ସଂକ୍ରମଣରେ 47 ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ, ଇଟାଲୀରେ ସ୍ଥିତି ଗମ୍ଭୀର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ସଂକ୍ରମଣର କୁହୁଡ଼ି ଏମିତି ବର୍ଷା ହେଉଛି ଯେ ପୁରା ବିଶ୍ୱରେ 9 ଲକ୍ଷ 35 ହଜାର 571 ଲୋକ ଏହାର ଚପେଟରେ ଆସିକରି ସଂକ୍ରମିତ ହେଲେଣି ଏବଂ 47 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ବିଶ୍ୱରେ 47,206 ଲୋକଙ୍କର ମୃତ୍ୟୁ ଏହି ଜୀବନ ନେଉଥିବା ଭାଇରସ ପାଇଁ ହୋଇଅଛି । ଇଟାଲୀ,ସ୍ପେନ ଏବଂ ଆମେରିକାରେ ହୋଇଥିବା ମୃତ୍ୟୁ ଏହି ସଂଖ୍ୟାକୁ ବଢ଼ାଇଛି । ତେବେ ସାରା ଦୁନିଆରେ 1 ଲକ୍ଷ 94 ହଜାର 260 ଲୋକ ଏହି ମହାମାରୀ ଠାରୁ ଠିକ ହୋଇଛନ୍ତି ।

ଇଟାଲୀରେ 13 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି
ଇଟାଲୀରେ କରୋନାର ପାଦ ଏମିତି ପ୍ରସାରିତ କରିଅଛି ଯେ ଏଠାରେ ମୋଟ 13,155 ଲୋକଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏଠାରେ 110,574 ଲୋକ କରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ତେବେ ଏଠାରେ 16,847 ଲୋକ ଏହି ମହାମାରୀ ଠାରୁ ଠିକ ହୋଇଛନ୍ତି କିନ୍ତୁ ଦୁନିଆ ସାରା ହୋଇଥିବା 47 ହଜାରରୁ ବେଶୀ ମୃତ୍ୟୁ ମଧ୍ୟରୁ ସବୁଠାରୁ ବେଶୀ ମୃତ୍ୟୁ ସଂଖ୍ୟା ଇଟାଲୀରେ ହୋଇଛି ।

ଆମେରିକାରେ 5000ରୁ ଅଧିକ ଲୋକଙ୍କର ମୃତ୍ୟୁ
ଆମେରିକାରେ 5109 ଲୋକ ଏହାର ସଂକ୍ରମଣରେ ଆସି ଜୀବନ ଦେଇ ସାରିଲେଣି ଏବଂ 215,071 ଲୋକ କରୋନା ଭାଇରସ ପଜିଟିଭ ଅଛନ୍ତି । ଏହି ମାମଲାରେ 5005 ଲୋକ ବହୁତ କ୍ରିଟିକଲରେ ଅଛନ୍ତି ଏବଂ ଏମାନଙ୍କର ଗହନ ଚିକିତ୍ସା ଚାଲୁରହିଅଛି ।

ସ୍ପେନରେ 1ଲକ୍ଷରୁ ବେଶୀ ସଂକ୍ରମିତ
ସ୍ପେନର ହାଲତ ମଧ୍ୟ ବହୁତ ଖରାପ ଅଛି ଓ ଏଠାରେ 110,574 ଲୋକ କରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ଏଠାରେ ମୋଟ 9387 ଲୋକଙ୍କର ଏହି ରୋଗ କାରଣରୁ ମୃତ୍ୟୁ ହୋଇଛି ଏବଂ 22 ହଜାରରୁ ଅଧିକ ଲୋକ ଠିକ ହୋଇଛନ୍ତି ।

ଭାରତରେ କଣ ଅଛି ଏହାର ପ୍ରଭାବ
ଭାରତରେ କରୋନା ସଂକ୍ରମିତ ବଢି କରି 2014 ହୋଇଯାଇଛି । ସ୍ଵାସ୍ତ୍ୟ ମନ୍ତ୍ରାଳୟ ମୁତାବକ ଦେଶରେ ଏପର୍ଯ୍ୟନ୍ତ 41 ଲୋକ କରୋନା ଭାଇରସ ପାଇଁ ନିଜର ଜୀବନ ଦେଇସାରିଲେଣି ତେବେ 169 ଲୋକ ମଧ୍ୟ ଠିକ ହେଲେଣି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ବୁଧବାର କହିଲେ କି 24 ଘଣ୍ଟାରେ 386 ମାମଲା ସାମ୍ନାକୁ ଆସିଅଛି ଏବଂ 3 ଲୋକଙ୍କର ମୃତ୍ୟୁ ହୋଇଛି ।

ଦୁନିଆକୁ କରୋନା ଦେଇଥିବା ଦେଶ ଚୀନର ସ୍ଥିତି
ଚୀନରେ ମୋଟ 81,554 ଲୋକ କରୋନା ଭାଇରସରେ ସଂକ୍ରମିତ ଅଛନ୍ତି ଓ ଏହା ପୂର୍ବ କିଛି ଦିନ ହେବ ନୂଆ ମାମଲା ସାମ୍ନାକୁ ଆସିନାହିଁ ଏବଂ ନାଁ କାହାରି ମୃତ୍ୟୁର ଖବର ପୂର୍ବରୁ କିଛି ସମୟରୁ ହୋଇନାହିଁ । ତେବେ ଏଠାରେ 3312 ଲୋକଙ୍କର ମୃତ୍ୟୁ କରୋନା ଭାଇରସ କାରଣରୁ ହୋଇଅଛି । ଏଠାରେ ଏହି ରୋଗ ଠାରୁ ରୀକଭର ହୋଇଥିବା ଲୋକଙ୍କ ସଂଖ୍ୟା 76,238 ଅଟେ ।


ସେୟାର କରନ୍ତୁ