ଓଡ଼ିଶାର ଦ୍ୱିତୀୟ କରୋନା ସଂକ୍ରମଣ ଵ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସାରା ଦୁନିଆ ଏବେ ଏକ ଦେଖା ଯାଉ ନଥିବା ଭୁତାଣୁ ସଂକ୍ରମଣରେ ହାହା କାର ହୋଇପଡିଛି । ଆମ ଦେଶରେ ମଧ୍ୟ ତାର ଗୋଡ଼କୁ ଖୁବ ଜୋରରେ ପ୍ରସାରିତ କରିବାରେ ଲାଗିଛି । ଯାହା ଦ୍ୱାରା ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ଜାତୀୟ ଗଣମାଧ୍ୟମ ଅନୁଯାୟୀ 1900ରୁ ଅଧିକ ବ୍ୟକ୍ତିଙ୍କ ଠାରେ ଏହି ସଂକ୍ରମଣ ଦେଖାଦେଇଛି । ଏହାର ପ୍ରଭାବରେ 38 ଲୋକଙ୍କର ଜୀବନ ଗଲାଣି ଏବଂ ଏଥିରୁ 155 ଜଣ ବ୍ୟକ୍ତି ଠିକ ହୋଇ ଫେରିଲେଣି ।

ଏହି ସଂକ୍ରମଣ କାରଣ ହେତୁ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଅଛି । ଓଡ଼ିଶାରେ ଏବେ ଚାରି ଜଣ ବ୍ୟକ୍ତିଙ୍କ ଠାରେ ଏହି କରୋନା ପଜିଟିଭ ଦେଖାଯାଇଛି । ଏମାନଙ୍କ ମଧ୍ୟରୁ ଆଜି ଓଡ଼ିଶାର ଦ୍ୱିତୀୟ କରୋନାରେ ସଂକ୍ରମଣ ହୋଇଥିବା ବ୍ୟକ୍ତି ସମ୍ପୂର୍ଣ ସୁସ୍ଥ ଏବଂ ସେ ଘରକୁ ଫେରିବେ । ଦ୍ୱିତୀୟ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପରେ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆଉ 3 ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ଯୁବକ ଜଣକ ସଂପୂର୍ଣ୍ଣ ସୁସ୍ଥ ଏବଂ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଦିଆଯିବ ।

ବ୍ରିଟେନରୁ ଫେରିଥିବା ଭୁବନେଶ୍ୱର ଯୁବକଙ୍କ ସ୍ୱାବ ନମୁନା ଗତ ମାର୍ଚ୍ଚ 19ରେ ପରୀକ୍ଷା କରିବା ପରେ ପଜିଟିଭ ଆସିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିଲା । ସଂପୃକ୍ତ ଯୁବକଙ୍କର ସ୍ୱାବ ନମୁନା ବାରମ୍ବାର ପରୀକ୍ଷା କରାଯାଉଥିଲା । ଆଜି ପୁଣି ନମୁନା ନେଭେଟିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରି ଘରକୁ ପଠାଇବା ନିଷ୍ପତ୍ତି ନିଆଯାଇଛି ।


ସେୟାର କରନ୍ତୁ