ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶକୁ 84 ବର୍ଷ ପୂରିଅଛି । ଯାହା ଅବସରରେ ଆଜି ଓଡ଼ିଶାର ପୁତ୍ର ପଲ୍ଲୀରେ ଉଶ୍ଚବ ମୁଖର ରହିବା କଥା । କିନ୍ତୁ ଓଡ଼ିଶା ମାଟି ମାଆର ଏହି ଜନ୍ମ ଦିବସକୁ କରୋନା ସଂକ୍ରମଣ କାରଣ ହେତୁ ଫିକା ପଡିଅଛି । ତେବେ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧଶାଳୀ ହେଉ ଏହା ହିଁ ମୋର କାମନା ।’

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା ।’

ବର୍ତମାନ ସମୟରେ ସମଗ୍ର ପୃଥିବୀର ମାନବ ସମାଜ ବଡ଼ ସଂକଟ ଦେଇ ଗତି କରୁଛି ଏବଂ ମାନବ ନିଜର ଅସ୍ତିତ୍ଵକୁ ବଞ୍ଚାଇବା ପାଇଁ ଲଢେ଼ଇ ଲଢ଼ୁଅଛି, ଏକ ଦେଖା ଯାଉ ନଥିବା ଵାଲା ଭାଇରସ (କରୋନା) ଲୋକମାନଙ୍କୁ ମାରୁଅଛି । ଭାରତରେ କରୋନା ଭାଇରସ ଖୁବ ତେଜିରେ ପାଦ ପ୍ରସାରିତ ଆରମ୍ଭ କରୁଅଛି । ଭାରତରେ ଏବେ କରୋନା ରୋଗୀଙ୍କ ସଂଖ୍ୟା 1900ରୁ ଅଧିକ ହୋଇଗଲାଣି । ଏ ଭାଇରସ ଏପର୍ଯ୍ୟନ୍ତ 38 ଲୋକଙ୍କର ଜୀବନ ନେଇ ସାରିଲାଣି । ଆଉ କରୋନାର ପଂଜହା ମଧ୍ୟରୁ 155 ଜଣ ଠିକ ହୋଇ ଫେରିଛନ୍ତି ।


ସେୟାର କରନ୍ତୁ