Bhojpuri Song : ରେକର୍ଡ ବ୍ରେକର୍ ରିତେଶ ପାଣ୍ଡେଙ୍କ ଧମାଲ, ନୂଆ ଭୋଜପୁରୀ ଗୀତ ‘ଗବର କି ବସନ୍ତୀ’ ଭାଇରାଲ

ସିନେମା
ସେୟାର କରନ୍ତୁ

ଭୋଜପୁରୀ : ଭୋଜପୁରୀ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ମଶହୂର ଗାୟକ ରିତେଶ ପାଣ୍ଡେଙ୍କ (Ritesh Pandey) ନୂଆ ଗୀତ ୟୁଟ୍ୟୁବରେ ଛାଇ ହୋଇ ରହିଛି । ଏହି ମାସରେ ରିଲିଜ ହୋଇଥିବା ତାଙ୍କର ଭୋଜପୁରୀ ଗୀତ ‘ଗବର କି ବସନ୍ତୀ …’କୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି । ଏହି ଗୀତରେ ରିତେଶ ପାଣ୍ଡେ ମଧ୍ୟ ଡାଇଲଗ କହୁଥିବା ଦେଖିବାକୁ ମିଳୁଛି ।

ଏହି ଗୀତକୁ ଭୋଜପୁରୀ ସୁପରଷ୍ଟାର ରିତେଶ ପାଣ୍ଡେ ଗାଇଛନ୍ତି । ଏହାକୁ ଅରୁଣ ବିହାରୀ ଲେଖିଛନ୍ତି ଏବଂ ସଂଗୀତ ଛୋଟୁ ରାୱତ ଦେଇଛନ୍ତି । ୱାର୍ଲ୍ଡ ୱାଇଡ୍ ରେକର୍ଡ ଏହି ଗୀତକୁ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛି । ଏହି ଗୀତଟି 40 ଲକ୍ଷରୁ ଅଧିକ ବ୍ୟୁଜ ପାଇଛି । ତାଙ୍କ ପ୍ରଶଂସକମାନେ ରିତେଶ ପାଣ୍ଡେଙ୍କ ଷ୍ଟାଇଲକୁ ପସନ୍ଦ କରୁଛନ୍ତି ।

କହିବାକି ରିତେଶ ପାଣ୍ଡେଙ୍କର ଗୋଟିଏ ଗୀତ ଭୋଜପୁରୀ ଗୀତର ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଗୀତର ନାମ ହେଉଛି ‘ହେଲୋ କୌନ….’ ଏହି ଭୋଜପୁରୀ ଗୀତ ରିତେଶ ପାଣ୍ଡେଙ୍କୁ ଏକ ନୂଆ ସ୍ଥାନ ଦେଇଛି ।

ଦେଖନ୍ତୁ ରିତେଶ ପାଣ୍ଡେଙ୍କ ନୂଆ ଗୀତ ଭାଇରାଲ ହେବାର ଭିଡିଓ …

ରିତିଶ ପାଣ୍ଡେଙ୍କ ରେପ୍ ଗୀତ ହେଲୋ କୌନକୁ 580 ମିଲିୟନ ଅର୍ଥାତ୍ 58 କୋଟି ଥର ଦେଖାଯାଇଛି । ଭୋଜପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର କୌଣସି ମଧ୍ୟ ଗୀତକୁ ୟୁଟ୍ୟୁବରେ ଏତେ ବ୍ୟୁଜ ମିଳିପାରି ନାହିଁ । ଡିସେମ୍ବର 2019 ରେ ମୁକ୍ତିଲାଭ କରିଥିବା ଏହି ଗୀତ କେବଳ ଭୋଜପୁରୀ ନୁହେଁ ଶତାଧିକ ବଲିଉଡ ଗୀତକୁ ମଧ୍ୟ ପଛରେ ପକାଇଛି ।

ରିତେଶ ପାଣ୍ଡେ ଏବଂ ସ୍ନେହା ଉପାଧ୍ୟାୟଙ୍କ ଦ୍ୱାରା ଗାଇଥିବା ଏହି ଗୀତକୁ ଆଶିଷ ଭର୍ମା ଲେଖିଛନ୍ତି ଏବଂ ସେ ଏହାର ସଙ୍ଗୀତ ମଧ୍ୟ ଦେଇଛନ୍ତି ।

ଦେଖନ୍ତୁ ରିତେଶ ପାଣ୍ଡେଙ୍କ ହେଲୋ କୌନ ଗୀତର ଭିଡିଓ …


ସେୟାର କରନ୍ତୁ