ରାଜ୍ୟରେ ସୁସ୍ଥ ହେଲେ 643 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 14,392

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 643 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 14,392ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 643 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 407 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 44 ଜଣ, ବାଲେଶ୍ୱର ଜିଲ୍ଲାରୁ 31 ଜଣ, ମୟୂରଭଂଜ ଜିଲ୍ଲାରୁ 28 ଜଣ, କଟକ ଜିଲ୍ଲାରୁ 27 ଜଣ, ଜଗତସିଂହପୁର ଜିଲ୍ଲାରୁ 15 ଜଣ, କନ୍ଧମାଳ 14 ଜଣ, ବରଗଡ଼ ଜିଲ୍ଲାରୁ 14 ଜଣ, ଡେଙ୍କାନାଳ 11 ଜଣ, କେନ୍ଦୁଝର ଜିଲ୍ଲାରୁ 11 ଜଣ, ଭଦ୍ରକ ଜିଲ୍ଲାରୁ 8 ଜଣ, ଗଜପତି ଜିଲ୍ଲାରୁ 6 ଜଣ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରୁ 5 ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ 4 ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ 2 ଜଣ ଏବଂ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ