ରାଜ୍ୟରେ ପୁଣି 736 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 17437କୁ ବୃଦ୍ଧି

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 736 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 17,437କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 736 ଜଣଙ୍କ ମଧ୍ୟରୁ 481 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 255 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 736 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ 247 ଜଣ, ଖୋର୍ଦ୍ଧାରୁ 107 ଜଣ, କୋରାପୁଟରୁ 45 ଜଣ, ଯାଜପୁର ଓ ଜଗତସିଂହପୁରରୁ 40 ଜଣ ଲେଖାଏଁ, ଗଜପତିରୁ 39 ଜଣ, ବାଲେଶ୍ବରରୁ 33 ଜଣ, କଟକରୁ 27 ଜଣ, ସମ୍ବଲପୁରରୁ 25 ଜଣ, ଅନୁଗୁଳରୁ 22 ଜଣ, ମାଲକାନଗିରିରୁ 18 ଜଣ, ସୁନ୍ଦରଗଡ଼ରୁ 17 ଜଣ, ପୁରୀରୁ 14 ଜଣ, ମୟୂରଭଞ୍ଜରୁ 12 ଜଣ, ନୟାଗଡ଼ରୁ 10 ଜଣ, ରାୟଗଡ଼ା ଓ ବୌଦ୍ଧରୁ 8 ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ 7 ଜଣ, ଭଦ୍ରକରୁ 5 ଜଣ, ବଲାଙ୍ଗିରରୁ 4 ଜଣ, ବରଗଡ଼ରୁ 3 ଜଣ, କଳାହାଣ୍ଡିରୁ 2 ଜଣ, ନବରଙ୍ଗପୁର, ଢେଙ୍କାନାଳ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 17,437 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5381ଟି ଆକ୍ଟିଭ କେସ୍ ରହିଅଛି ଏବଂ 11,937 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ