ରାଜ୍ୟରେ ସୁସ୍ଥ ହେଲେ 217 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 6703

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 217 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ସୁସ୍ଥ କରୋନା ସଂଖ୍ୟା 6703ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

ତେବେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର 93 ଜଣ ଥିବା ବେଳେ ଖୋର୍ଦ୍ଧାର 18 ଜଣ , ବାଲେଶ୍ଵର 16 ଜଣ, ମୟୂରଭଞ୍ଜ 15 ଜଣ, ବରଗଡ 13 ଜଣ, କେଉଁଝର 12 ଜଣ, ଝାରସୁଗୁଡ଼ା 8 ଜଣ, ମାଲକାନଗିରି 7 ଜଣ, ଯାଜପୁର 6 ଜଣ, ଅନୁଗୁଳ ଓ କଟକ 5 ଜଣ ଲେଖାଏଁ , ଢେଙ୍କାନାଳ ଓ ପୁରୀ 4 ଜଣ ଲେଖାଏଁ, ଜଗତସଂହପୁରର 3 ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର 2 ଜଣ ଲେଖାଏଁ , ବଲାଙ୍ଗୀର ଜିଲ୍ଲାର ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ