ଭାଇରଲ ହେଲା ସଲମାନଙ୍କ ଭାଣେଜୀଙ୍କ ପ୍ରଥମ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ଆକ୍ଟର ଆୟୁଷ ଶର୍ମା ସୋସିଆଲ୍ ମିଡିଆ ଜରିଆରେ ତାଙ୍କ ନବଜାତ ଶିଶୁ କନ୍ୟା ଆୟାତର ପ୍ରଥମ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋରେ ଆକ୍ଟର ଆୟୁଷଙ୍କ ସହ ପତ୍ନୀ ଅର୍ପିତା ଓ ବଡ଼ ପୁଅ ଆହିଲ୍ ମଧ୍ୟ ଦେଖାଯାଉଛନ୍ତି ।

ଆୟୁଷ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ସ୍ବାଗତ ଏ ସୁନ୍ଦର ପୃଥିବୀକୁ ଆୟାତ । ତୁମେ ଆମ ଜୀବନରେ ଆନେକ ଖୁସି ନେଇ ଆସିଛ । ତୁମେ ସଭିଁଙ୍କ ଜୀବନକୁ ପ୍ରେମ ଓ ଆନନ୍ଦର ସ୍ପର୍ଶ ଦିଅ ।’ ଆୟୁଷ 4ଟି ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ।

ଆୟୁଷଙ୍କର ଏହି ପୋଷ୍ଟର ଅନେକ ବଲିଉଡ୍ ଷ୍ଟାର ନିଜ ନିଜର କମେଣ୍ଟ ଦେଇଛନ୍ତି, ୱାଓ, ନାଇସ୍, କିଉଟ୍ ଆଦି ପ୍ରଶଂସାକାରୀ କମେଣ୍ଟ୍ ଦେଇଛନ୍ତିି । ମାମୁଁ ସଲମାନ ଖାନଙ୍କ ଜନ୍ମ ଦିନରେ ଆୟାତ ଜନ୍ମଲାଭ କରିଛନ୍ତି । ଡିସେମ୍ବର 27 ତାରିଖରେ ସଲମାନଙ୍କର ଜନ୍ମଦିନ ପାଳନ ହୋଇଥିଲା ।

ସଲମାନ ତାଙ୍କ ଭାଣିଜୀ ଜନ୍ମ ପରେ ଟ୍ବିଟ୍ କରି ଲେଖିଥିଲେ, ‘ସ୍ବାଗତ ଏ ସୁନ୍ଦର ପୃଥିବୀକୁ ଆୟାତ । ସମ୍ପୂର୍ଣ ପରିବାରକୁ ସୁନ୍ଦର ଜନ୍ମଦିନ ଉପହାର ଦେଇଥିବାରୁ ଆୟୁଷ ଓ ଅର୍ପିତାଙ୍କୁ ଧନ୍ୟବାଦ । ଯେଉଁମାନେ ଏହି ପୋଷ୍ଟ୍ଟିକୁ ପଢୁଛନ୍ତି ଦୟାକରି ଶିଶୁଟିକୁ ଆଶୀର୍ବାଦ କରନ୍ତୁ, ସେ ଯେପରି ଆଗକୁ ସମସ୍ତଙ୍କୁ ଗର୍ବିତ ଅନୁଭବ କରାଉ । ସମସ୍ତ ସ୍ନେହ ଓ ସମ୍ମାନ ପାଇଁ ଧନ୍ୟବାଦ । ଆପଣମାନେ ସମସ୍ତେ ଖୁବ୍ ଦୟାଳୁ। ଧନ୍ୟବାଦ ।’


ସେୟାର କରନ୍ତୁ