2020 ଆରମ୍ଭ ପୂର୍ବରୁ ଭାଇରଲ ହେଲା ପ୍ରିୟା ପ୍ରକାଶଙ୍କ ନୂଆ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ବର୍ଷ 2018ରେ ଭାଲେଣ୍ଟାଇନ ସପ୍ତାହରେ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ଉପରେ ଏ ପ୍ରକାର ଭାଇରଲ ହୋଇଥିଲା ଯେ ଏହାକୁ ପ୍ରତି ତିନି ଜଣରେ ଜଣକ ସୋସିଆଲ ମିଡ଼ିଆ ପୋଷ୍ଟରେ ଦେଖା ଯାଇଥିଲା । ଏହି ଭିଡ଼ିଓଟି ମାଲାୟାଲାମ ଅକ୍ଟ୍ରସ ପ୍ରିୟା ପ୍ରକାଶ ୱାରିୟରଙ୍କର । ଫିଲ୍ମର ନାମ ଥିଲା ‘ଔର ଅଡାର ଲଭ’ ଏବଂ ଏହାର କିଛି ସେକେଣ୍ଡର କ୍ଲିପ ପ୍ରିୟାଙ୍କୁ ରାତାରାତି ନେସନାଲ ଷ୍ଟାର ବନାଇ ଦେଇଥିଲା ।

ଏହା ପରେ ପ୍ରିୟାଙ୍କୁ କିଛି ଫିଲ୍ମରେ କାମର ଅଫର ଦିଆଯାଇଥିଲା କିନ୍ତୁ ପ୍ରିୟା ବଡ଼ ସମଝଦାର ସହିତ ଗୁଡିଏ ପ୍ରୋଜେକ୍ଟକୁ ଏହା କହି ଆଡେଇ ଯାଇଥିଲେ କି ସେ ତାଙ୍କର ବର୍ତମାନ ପ୍ରୋଜେକ୍ଟ ଉପରେ ଫୋକସ କରିବା ପାଇଁ ଚାହୁଁଛନ୍ତି । ଏମିତିରେ ବର୍ଷ 2018 ପରେ ଏ ପର୍ଯ୍ୟନ୍ତ ତାଙ୍କର ସେମିତି କିଛି ବଡ଼ ପ୍ରୋଜେକ୍ଟର ଘୋଷଣା କରାଯାଇନାହିଁ ।

ବର୍ଷ 2019ର ଶେଷ ଦିନ ପ୍ରିୟା ପ୍ରକାଶଙ୍କର ଆଉ ଗୋଟିଏ ବିଙ୍କ ଭିଡ଼ିଓ ଭାଇରଲ ହେଉଅଛି । ପ୍ରିୟା ଏହି ବୁମର୍ରେଗ ଭିଡିଓକୁ ଇଷ୍ଗ୍ରାଗ୍ରାମ ଆକାଉଣ୍ଟ ଷ୍ଟୋରି ଉପରେ ପକାଇଛନ୍ତି । କିଛି ଫ୍ୟାନ୍ସ ପେଜ୍ ଏମିତି କି ଯେଉଁମାନେ ଏହାକୁ ଡାଉନଲୋଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି,ଯାହାକୁ ଖୁବ ଲାଇକ ଏବଂ ସେୟାର ମଧ୍ୟ କରାଯାଉଅଛି । ଫଟୋରେ ପ୍ରିୟା ସେହି ଅନ୍ଦାଜରେ ବିଙ୍କ କରୁଥିବାର ନଜରରେ ଆସୁଛନ୍ତି ଓ ସେ ଷ୍ଟେଟସ ତଳେ ଦିଲ ବନାଇଛନ୍ତି ।

ଏଠାରେ କହି ଦେବା କି, ଦୀପିକା ପାଦକୋନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୟା ପ୍ରକାଶଙ୍କୁ ଗୋଟିଏ ଚାଲେଞ୍ଜ କରିଥିଲେ । ଦୀପିକା ନିଜର ଆସୁଥିବା ଫିଲ୍ମ ‘ଛପାକ’ର ସୁଟିଂ ସମୟରେ ପ୍ରିୟା ପ୍ରକାଶ ୱାରିୟରଙ୍କର ଅନ୍ଦାଜରେ ଆଖି ମାରି ଏକ ଭିଡ଼ିଓ ବନାଇଥିଲେ ଓ ଯାହାକୁ ସେ ସେୟାର କରିଥିଲେ । ଏହି ଭିଡ଼ିଓ ଦୀପିକାଙ୍କ #dpisms ର ତୃତୀୟ ଏପିସୋଡ ଥିଲା । ଏହି ଭିଡିଓକୁ ପ୍ରୀୟା ପ୍ରକାଶ ମଧ୍ୟ ହାର୍ଟ ଇମୋଜୀ ଦେଇ ନିଜର ରିଆକସନ ଦେଇଥିଲେ ।

View this post on Instagram

Thank you for all the love and support💙

A post shared by Priya Prakash Varrier💫 (@priya.p.varrier) on


ସେୟାର କରନ୍ତୁ