ରିଲିଜ ହେବା କ୍ଷଣି ଛାଇଗଲା ଅଭିନେତ୍ରୀ ଅକ୍ଷରା ସିଂହଙ୍କର ନୂଆ Bhojpuri Song, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଭୋଜପୁରୀ : ଭୋଜପୁରୀ ଇଣ୍ଡଷ୍ଟ୍ରିର ମଶହୂର ଫିଲ୍ମ ଅଭିନେତ୍ରୀ ଅକ୍ଷରା ସିଂହଙ୍କ (Akshara Singh) ନୂଆ ଗୀତ ରିଲିଜ ହେବା କ୍ଷଣି ସୋସିଆଲ ମିଡିଆରେ ଛାଇ ଯାଉଛି । ଏହି ଗୀତ ଭୋଜପୁରୀର ଅନ୍ୟ ଗୀତ ଠାରୁ ଟିକେ ଅଲଗା ଅଟେ । ଏଥିରେ ଅକ୍ଷରା ସିଂହ ହିନ୍ଦୀ ଲାଇନ ସାଥିରେ ରାପ୍ ମଧ୍ୟ କରିଛନ୍ତି ।

ତେବେ ଭୋଜପୁରୀ ଗୀତରେ (Bhojpuri Song) ରାପ୍ ସାମିଲ ହେବା କିଛି କଥା ନୁହେଁ । ଏଥିରେ ଅକ୍ଷରାଙ୍କ ଏହି ନୂଆ ଅନ୍ଦାଜ ଵାଲା ଗୀତକୁ ଲୋକେ ଖୁବ ପସନ୍ଦ କରୁଅଛନ୍ତି । ଏହି ଗୀତକୁ ରିଲିଜ ହେବା 5 ଦିନ ହୋଇଅଛି ଏବଂ 5 ମିଲିୟନରୁ ବେଶୀ ହିଟସ ସାଉଁଟି ସାରିଲାଣି ।

ଅକ୍ଷରା ସିଂହଙ୍କ (Akshara Singh) ଏହି ଗୀତକୁ ଆଶିଷ ବର୍ମା ଲେଖିଛନ୍ତି ଏବଂ ସେ ମଧ୍ୟ ଗୀତକୁ ମ୍ୟୁଜିକ ଦେଇଛନ୍ତି । ଗୀତର ନାମ ଅଟେ ‘ଇଧର ଆନେ କା ନେହିଁ’ । ଅକ୍ଷରା ସିଂହଙ୍କ ଗୀତ ଏହି ସମୟରେ ଖୁବ ସର୍ଚ୍ଚ ମଧ୍ୟ କରାଯାଉଛି । ଅକ୍ଷରା ସିଂହ ମଧ୍ୟ ନିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏଠାରେ ଦେଖନ୍ତୁ ଭାଇରଲ ହେଉଥିବା ଗୀତର ଭିଡ଼ିଓ..

ଅକ୍ଷରା ସିଂହ (Akshara Singh) ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଏହି ନିକଟରେ ସେ ଏକ ଖୁବସୁରତ ଫଟୋ ସେୟାର କରିଛନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।


ସେୟାର କରନ୍ତୁ