ରାଜ୍ୟରେ ଚି଼ହ୍ନଟ ହେଲେ 251 କରୋନା ପଜିଟିଭ, ମୋଟ ସଂକ୍ରମିତଙ୍କ ସଂଖ୍ୟା 7316

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 251 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 7316କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 251 ଜଣଙ୍କ ମଧ୍ୟରୁ 208 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 43 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 251 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ 2 ଜଣ, ବରଗଡ ଜିଲ୍ଲାରୁ 12 ଜଣ, ବଲଙ୍ଗୀର ଜିଲ୍ଲାରୁ 4 ଜଣ, କଟକ ଜିଲ୍ଲାରୁ 32 ଜଣ, ଦେଓଗଡ ଜିଲ୍ଲାରୁ 4 ଜଣ, ଗଜପତି ଜିଲ୍ଲାରୁ 6 ଜଣ, ଗଞ୍ଜାମ ଜିଲ୍ଲାରୁ 102 ଜଣ, ଝାରସୁଗୁଡା ଜିଲ୍ଲାରୁ 5 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 4 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 26 ଜଣ, ମାଲକାନଗିରିରୁ 10 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 5 ଜଣ, ନୟାଗଡ ଜିଲ୍ଲାରୁ 14 ଜଣ, ପୁରୀ ଜିଲ୍ଲାରୁ 12 ଜଣ, ସମ୍ବଲପୁର ଜିଲ୍ଲାରୁ 2 ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ 7 ଜଣ, ଯାଜପୁର ଜିଲ୍ଲାରୁ ଜଣେ ଏବଂ ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ ବାହିନୀର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ରାଜ୍ୟରେ 2094ଟି ଆକ୍ଟିଭ କେସ‌ ରହିଥିବା ବେଳେ 5189 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 23 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଛି ।


ସେୟାର କରନ୍ତୁ