Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା ପାଖାପୁଖି 15 ହଜାର ନୂଆ ମାମଲା, 312 ଲୋକଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା 4 ଲକ୍ଷ 40 ହଜାର ପାର ହୋଇଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସରେ 14 ହଜାର 933 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 312 ଲୋକଙ୍କ ମୃତ୍ୟୁ ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ 4 ଲକ୍ଷ 40 ହଜାର 215 ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥି ମଧ୍ୟରୁ 14011 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ ଦୁଇ ଲକ୍ଷ 48 ହଜାର 189 ଲୋକ ଠିକ ମଧ୍ୟ ହୋଇଛନ୍ତି ।

ତେବେ କରୋନା ସଂକ୍ରମିତ ହିସାବରେ ଭାରତ ଦୁନିଆର ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ ଅଟେ । ଆମେରିକା, ବ୍ରାଜିଲ ଓ ରୁଷ ପରେ ଭାରତ କରୋନା ମହାମାରୀରେ ସବୁଠାରୁ ବେଶି ପ୍ରଭାବିତ ଦେଶଙ୍କ ସୂଚୀରେ ଭାରତ ଚତୁର୍ଥ ସ୍ଥାନରେ ରହିଅଛି । ଭାରତ ଠାରୁ ଅଧିକ ମାମଲା ଆମେରିକା (2,388,153), ବ୍ରାଜିଲ (1,111,348), ରୁଷ (592,280)ରେ ଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ଏବେ 1 ଲକ୍ଷ 76 ହଜାର କରୋନା ଆକ୍ଟିଭ କେସ ଅଛି । ସବୁଠାରୁ ବେଶି ଆକ୍ଟିଭ କେସ ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ 61 ହଜାରରୁ ଅଧିକ ସଂକ୍ରମିତଙ୍କ ହସ୍ପିଟାଲରେ ଚିକିତ୍ସା ଚାଲୁଅଛି । ଏହା ପରେ ଦ୍ୱିତୀୟ ନମ୍ବରରେ ଦିଲ୍ଲୀ, ତୃତୀୟ ନମ୍ବରରେ ତାମିଲନାଡୁ, ଚତୁର୍ଥ ନମ୍ବରରେ ଗୁଜରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି ।

ଆକ୍ଟିଭ କେସ ମାମଲାରେ ଦୁନିଆରେ ଭାରତ ଚତୁର୍ଥ ସ୍ଥାନରେ ରହିଅଛି । ଯଥା- ଭାରତ ଏମିତି ଚତୁର୍ଥ ଦେଶ ଅଟେ, ଯେଉଁଠି ସବୁଠାରୁ ବେଶି ସଂକ୍ରମିତ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।


ସେୟାର କରନ୍ତୁ