Coronavirus: ଭାରତରେ 24 ଘଣ୍ଟାରେ ଆସିଲା 45 ହଜାର ନୂଆ କେସ, 48 ହଜାର ଆରୋଗ୍ୟ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲା କମ ହେଉଥିବା ଦେଖାଯାଉଅଛି । ଦେଶରେ 24 ଘଣ୍ଟାରେ 44,684 ନୂଆ ସଂକ୍ରମଣ କେସ ସାମନାକୁ ଆସିଅଛି । ତେବେ ଏହି ସମୟରେ 520 ଲୋକଙ୍କର କରୋନାରେ ଜୀବନ ଯାଇଅଛି । କରୋନା ମାମଲା ବଢିବାର ସଂଖ୍ୟା ଦୁନିଆରେ ଆମେରିକା ପରେ ସବୁଠାରୁ ଅଧିକ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଭାରତରେ କରୋନା ମାମଲା ବଢିକରି ମୋଟ 87 ଲକ୍ଷ 73 ହଜାରକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏକ ଲକ୍ଷ 29 ହଜାର 188 ଲୋକ ପ୍ରାଣ ହରାଇଛନ୍ତି । ମୋଟ ଆକ୍ଟିଭ ମାମଲା ଖସି କରି ଚାରି ଲକ୍ଷ 80 ହଜାରକୁ ଆସିଅଛି । ଭଲ ଖବର ହେଉଛି କି ଏପର୍ଯ୍ୟନ୍ତ ମୋଟ 81 ଲକ୍ଷ 63 ହଜାର ଲୋକ କରୋନାକୁ ହରାଇ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରୁ 47,992 ରୋଗୀ ସୁସ୍ଥ ହୋଇଛନ୍ତି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 13 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 12 କରୋଡ 40 ଲକ୍ଷ ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 9.29 ଲକ୍ଷ ସାମ୍ପୁଲ କାଲି କରାଯାଇଛି ।


ସେୟାର କରନ୍ତୁ