ରାଜ୍ୟରେ 167 ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5470

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 167ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5470କୁ ବୃଦ୍ଧି ପାଇଛି । ତେବେ ଏମାନଙ୍କ ଭିତରୁ 17ଜଣ ସ୍ଥାନୀୟ ବାସିନ୍ଦା ଏବଂ ଅବଶିଷ୍ଟ 150ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଚିହ୍ନଟ ହୋଇଥିବା 167 ସଂକ୍ରମିତଙ୍କ ମଧ୍ୟରୁ ରାୟଗଡା ଜିଲ୍ଲାରୁ 5 ଜଣ, ଯାଜପୁର ଜିଲ୍ଲାରୁ 5 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 8 ଜଣ, ନୟାଗଡ ଜିଲ୍ଲାରୁ 2 ଜଣ, ବାଲେଶ୍ବର ଜିଲ୍ଲାରୁ 13 ଜଣ, ଜଗତସିଂହପୁର ଜିଲ୍ଲାରୁ 19 ଜଣ, କଟକ ଜିଲ୍ଲାରୁ 3 ଜଣ, ଢେଙ୍କାନାଳ ଜିଲ୍ଲାରୁ 9 ଜଣ, ବରଗଡ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ 41 ଜଣ, ଗଞ୍ଜାମ ଜିଲ୍ଲାରୁ 30 ଜଣ, ପୁରୀ ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ 4 ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ 14 ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ 3 ଜଣ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ 7 ଜଣ ରହିଛନ୍ତି ।

ଏବେ ରାଜ୍ୟରେ ମୋଟ 5470 କରୋନା ପଜିଟିଭ ରହିଥିଲା ବେଳେ ଏମାନଙ୍କ ମଧ୍ୟରୁ 3863 ସୁସ୍ଥ ହୋଇଛନ୍ତି ଏବଂ 1583 ରାଜ୍ୟର ବିଭିର୍ନ ହସ୍ପିଟାଲରେ ଚିକିତ୍ସାଧିନ ରହିଅଛନ୍ତି । ସେହିପରି 15 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ