ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ । ସୁସମ୍ବାଦ ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ପ୍ରଗତି ହେବାର ସମ୍ଭାବନା ରହିଛି । ପ୍ରେମରେ ସଫଳତା ମିଳିବ ।

ବୃଷ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଅଚାନକ ଧନଲାଭ ହେବାର ସମ୍ଭାବନା । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: କିଛି ନୂଆ କରିବାର ସୁଯୋଗ ମିଳିପାରେ । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।

ସି˚ହ: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦ ସମାଧାନର ବାଟ ଖୋଲିପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି ।

କନ୍ୟା: କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆପଣଙ୍କର କ୍ଷମତା ବୃଦ୍ଧି ହେବ, ଯାହା ଫଳରେ ଅନେକ କିଛି ହାସଲ କରିପାରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ଅନ୍ୟ ଲୋକଙ୍କ ଜରିଆରେ ଆପଣଙ୍କ କାମ ପୂରା ହୋଇପାରେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ ।

ମକର: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ ।


ସେୟାର କରନ୍ତୁ