ରାଜ୍ୟରେ 120 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ସୁସ୍ଥ ମୋଟ ସଂଖ୍ୟା 2594

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ଏହା ଭିତରେ ରାଜ୍ୟକୁ ଆସିଛି ଏକ ଖୁସି ଖବର । ଆଜି ରାଜ୍ୟରେ ପୁଣି 120ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇଲେ ରାଜ୍ୟରେ ମୋଟ 2594ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏହି 120 ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରେ 33 ଜଣ, ଗଜପତିରୁ 18ଜଣ, ସୋନପୁରରୁ 13ଜଣ, ବାଲେଶ୍ୱରରୁ 12ଜଣ ଏବଂ ବଲାଙ୍ଗୀର ଓ ଖୋର୍ଧାରୁ 8ଜଣ ଲେଖାଏଁ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ 7ଜଣ, କଟକରୁ 4ଜଣ ଏବଂ ଯାଜପୁର, ନୟାଗଡ ଓ ନୂଆପଡାରୁ 3 ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କ ବ୍ୟତୀତ ଡେଙ୍କାନାଳ, ପୁରୀ, ରାୟଗଡାରୁ 2 ଜଣ ଲେଖାଏଁ ଓ କେନ୍ଦ୍ରପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଅଛି ।


ସେୟାର କରନ୍ତୁ