ସୋମବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶ୍ରମ ସାର୍ଥକ ହେବ। କୃଷିକ୍ଷେତର ଉତ୍ପାଦନ ଲାଭକରୀ ହେବ। ଧର୍ମାସକ୍ତ, ମତିମାନ୍‌, ପୁତ୍ର-ମିତ୍ର ହେତୁକ ସୁଖ ଭୋଗୀ ହେବେ। ନିଜ ଅର୍ଜିତ ଧନରେ ସୁଖୀ ହେବେ।
ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନରେ ଆତ୍ମତୃପ୍ତି ମିଳିବ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ।
ମିଥୁନ: ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ। ଭାଗ୍ୟବାନ୍‌ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। କୀର୍ତ୍ତି ସ୍ଥାପନ କରିପାରନ୍ତି। ବୃକ୍ଷ, ଜଳ, ବନାଦିରୁ ଧନ ମିଳିବ। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ। ପୁତ୍ରର ହିତକାରୀ ହେବେ।

କର୍କଟ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ। ଭୂମି ଗୃହାଦିରୁ ସୁଖ ମିଳିବ। ଦ୍ରବ୍ୟ ରୂପକ ଧନ ମିଳିବ।

କନ୍ୟା: ରୋଜଗାରି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ମିଳିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ତୁଳା: ମନୋବଳ ଦୃଢ଼ ରହିବ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବାକୁ ଇଚ୍ଛାପ୍ରକାଶ କରିପାରନ୍ତି। ଦିନଟି ଭିତରେ ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ।

ବିଛା: ସେବା ମନୋଭାବ ଗ୍ରହଣ କରିପାରନ୍ତି। ପୂଜା-ପଦ୍ଧତିରେ ନିମଗ୍ନ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ସହାୟତା ପାଇ ଖୁସି ହେବେ।

ଧନୁ: ଅସୁସ୍ଥତାରୁ ଧୀରେଧୀରେ ସୁସ୍ଥ ହେବେ। ଶାରୀରିକ ଦୁର୍ବଳତାରୁ କିଛିଟା ଲାଭ ମିଳିପାରେ। ସ୍ୱାଭିମାନୀ ହୋଇପାରନ୍ତି। ସାବଧାନ ହୋଇ ରହିଲେ ପାଣିରେ ବୁଡ଼ିଯିବା ଭୟ ଦୂର ହୋଇପାରେ। ଗଛରେ ଚଢ଼ନ୍ତୁ ନାହିଁ।

ମକର: ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଉତ୍ତମା ପତ୍ନୀଙ୍କର ପରାମର୍ଶ ଉପାଦେୟ ହେବ।

କୁମ୍ଭ: ଶତ୍ରୁର ଉପସ୍ଥିତ ପ୍ରଥମେ ମନରେ ଉଦ୍‍ବେଗ ଜାତ ହୋଇପାରେ। ଅକାଟ୍ୟ ଯୁକ୍ତି ବଳରେ ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିିତ ହେବ। ଶୁଭଦିନ, ଋଣ ପରିଶୋଧ କରିବେ।

ମୀନ: ପ୍ରଥମେ ନିଜକୁ ଅସହାୟ ମନେ କରିପାରନ୍ତି। ଦିନ ସାଢ଼େ ୧୦ଟା ପରେ ଧନାଗମର ସ୍ରୋତ ଲମ୍ବି ଚାଲିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଅଧ୍ୟୟନରତ ହୋଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।


ସେୟାର କରନ୍ତୁ