ଭୁବନେଶ୍ୱରରୁ 3 କରୋନା ପଜିଟିଭ ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ BMC (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ଏବଂ ତାଙ୍କର ଘର ଡୁମଡୁମା ଅଞ୍ଚଳରେ ବୋଲି ଜଣାଯାଇଛି । ସେ ଜଣେ 48 ବର୍ଷିୟ ପୁରୁଷ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିବାର ସୂଚନା ଦିଆଯାଇଛି । ତେବେ ଅନ୍ୟ ଦୁଇଜଣ ଭୀମପୁରର 27 ବର୍ଷିୟ ଓ ଭରତପୁରର 36 ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ବୋଲି ଦର୍ଶାଯାଇଅଛି । ନିକଟରେ ଉଭୟ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ଥିଲେ । ବର୍ତ୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲୁରହିଅଛି । ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ କରୋନା ପଜିଟିଭ ସଂଖ୍ୟା 106ରେ ପହଞ୍ଚିଛି । ଏମାନଙ୍କ ଭିତରୁ 60ଜଣ ସୁସ୍ଥ ହୋଇଛନ୍ତି ଏବଂ 42 ସକ୍ରିୟ ସଂକ୍ରମିତ ଅଛନ୍ତି ।


ସେୟାର କରନ୍ତୁ