ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ– କାନକୁହା ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ, ଅଯଥା ହଇରାଣ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ।

ବୃଷ– ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ । ବ୍ୟବସାୟରୁ ସୁଫଳ ମିଳିବ ।

ମିଥୁନ– ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦମାରେ ବିଜୟୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି ।

କର୍କଟ– ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।

ସିଂହ– ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । ପରିବାରରେ କାହାର ଦେହ ଖରାପକୁ ନେଇ ଚିନ୍ତାରେ ରହିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।

କନ୍ୟା– ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ତୁଳା– ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ ।

ବିଛା– କର୍ମ ଯୋଗୀ ହେବେ । ଆୟର ମାତ୍ରା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି ।

ଧନୁ– କାର୍ଯ୍ୟ କ୍ଷେତ୍ରରେ ଉତ୍ସାହିତ ହେବେ । ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇପାରେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି ।

ମକର– ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି ।

କୁମ୍ଭ– ଆରମ୍ଭ କରିଥିବା କାର୍ଯ୍ୟର ସଫଳ ରୂପାୟନ ହେବ ଓ ସେଥିରେ ପ୍ରଶଂସାର ପାତ୍ର ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ ।

ମୀନ– ଯାହା କରିବେ ଭାବିଚିନ୍ତି କରିବେ, ସେଥିରେ ସଫଳତା ମିିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବ୍ୟବସାୟରୁ ସୁଫଳ ମିଳିବ ।


ସେୟାର କରନ୍ତୁ