ରାଜ୍ୟରେ 112 କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 112ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହ ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା 1716ରେ ପହଞ୍ଚିଛି । ଏହି ସୁସ୍ଥ 112 ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାରୁ 33ଜଣ, ବଲାଙ୍ଗୀରରୁ 16ଜଣ, ଯାଜପୁରରୁ 11ଜଣ, ସୁନ୍ଦରଗଡରୁ 10ଜଣ, ଜଗତସିଂହପୁରରୁ 8ଜଣ, ଗଞ୍ଜାମରୁ 7ଜଣ, ଖୋର୍ଦ୍ଧାରୁ 7ଜଣ, କଟକରୁ 4ଜଣ, ସୋନପୁରରୁ 4ଜଣ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ 3ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ