ପରେଶ ରାୱଲ ଟିକଟକକୁ ନେଇ କଲେ ଏମିତି ଟ୍ୱିଟ, ତେଜିରେ ହେଉଛି ଭାଇରଲ

Truthink
ସେୟାର କରନ୍ତୁ

ମୁମ୍ବାଇ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକ ଏବେ ଖୁବ ବିବାଦରେ ରହିଅଛି । ଏବେ ଦିଗଜ ଅଭିନେତା ପରେଶ ରାୱଲ ଟିକଟକକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ଏଥିପାଇଁ ପରେଶ ରାୱେଲ ଖାସ ଟୁଇଟ କରିଛନ୍ତି । ଟିକଟକକୁ ନେଇ କରି ପରେଶ ରାୱଲଙ୍କ ଏହି ଟୁଇଟ ସୋସିଆଲ ମିଡ଼ିଆରେ ତେଜିରେ ଭାଇରଲ ହେଉଅଛି । ସୋସିଆଲ ମିଡ଼ିଆ ୟୁଜର୍ସ ପରେଶ ରାୱଲଙ୍କ ଏହି ଟୁଇଟ ଉପରେ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି । ଟିକଟକକୁ ନେଇକରି ସୋସିଆଲ ମିଡ଼ିଆରେ ମଧ୍ୟ ଟ୍ରେଣ୍ଡ ଚଲାଯାଉଅଛି । ଖାସକରି ଟୁଇଟରରେ ଲୋକଙ୍କ ଆପତ୍ତିଜନକ ଭିଡିଓକୁ ନେଇକରି #Ban Tik TokIndia ଟ୍ରେଣ୍ଡ ଆରମ୍ଭ ହୋଇଯାଇଅଛି ।

ପରେଶ ରାୱଲ ନିଜର ଟୁଇଟରେ ଟିକଟକକୁ ବ୍ୟାନ କରିବାର ଦାବି କରି ଲେଖିଛନ୍ତି, ‘ବ୍ୟାନ ଟିକଟକ ।’ ପରେଶ ରାୱଲଙ୍କ ପୂର୍ବରୁ କେତେକ ଅନ୍ୟ ସେଲିବ୍ରେଟି ମଧ୍ୟ ଟିକଟକକୁ ବ୍ୟାନ କରିବାକୁ ଦାବି କରିସାରିଛନ୍ତି । ତେବେ ମଶହୂର ଟିକଟକ ଷ୍ଟାର ଫୈଜଲ ସିଦିକିଙ୍କ ଭିଡିଓ ଭାଇରଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ଟିକଟକକୁ ବ୍ୟାନ କରିବାର ଦାବି କରିଛନ୍ତି ।

ଆପଣଙ୍କୁ କହି ଦେବାକି ପରେଶ ରାୱଲଙ୍କ ବ୍ୟତୀତ ଏକ୍ଟ୍ରେସ ପାୟଲ ରୋହତଗୀ ମଧ୍ୟ ଟିକଟକକୁ ବ୍ୟାନ କରିବାର ଦାବି କରିଛନ୍ତି ।


ସେୟାର କରନ୍ତୁ