ରାଜ୍ୟରେ ସୁସ୍ଥ ହେଲେ 36 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଅଛି । ତେବେ ଏହି ବଢିବା ଭିତରେ ମଧ୍ୟ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଅଛି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 36 କରୋନା ଆକ୍ରାନ୍ତ । ଏହି ସୁସ୍ଥ ହୋଇଥିବା 36 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 23ଜଣ, ଯାଜପୁରରୁ 5ଜଣ, ମୟୁରଭଞ୍ଜରୁ 3ଜଣ, ପୁରୀରୁ 2ଜଣ, ଭଦ୍ରକରୁ 2ଜଣ ଓ ରାଉକେଲାରୁ ଜଣେ ରହିଛନ୍ତି ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହିତ ଓଡ଼ିଶାରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 343ରେ ପହଞ୍ଚିଛି ।


ସେୟାର କରନ୍ତୁ