ଖରାଦିନରେ ଖାଆନ୍ତୁ ତରଭୁଜ ମିଳିବ ଅନେକ ଫାଇଦା

Truthink
ସେୟାର କରନ୍ତୁ

ସମସ୍ତେ ତରଭୁଜ ଖାଇବାକୁ ପସନ୍ଦ କରିବେ । ତେବେ ଖଣ୍ଡେ ତରଭୁଜ ଖାଇବା ଦ୍ୱାରା ଆମକୁ କ’ଣ କ’ଣ ଲାଭମିଳେ ଆସନ୍ତୁ ଜାଣିବା । ତରଭୁଜରେ ଥିବା ବିଟା କାରୋଟିନ୍ ହୃଦ୍‌ରୋଗ ଆଶଙ୍କା ଦୂରକରିବା ସହ ଶରୀରରେ ରୁଗୁଣ୍ ଥିବା କୋଷିକାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ମୁହଁରେ ଦେଖାଯାଉଥିବା କଳା ଦାଗରେ ଖଣ୍ଡେ ତରଭୁଜ ନେଇ ଘସିଲେ କିଛିଦିନ ପରେ କଳାଦାଗ ଲିଭିଯିବ । ଏଥିରେ ଫାଇବର ରହିଥିବା ଯୋଗୁଁ ଖାଇଲେ ହଜମ ଶକ୍ତି ବଢିବା ସହ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏହା ଖାଇବା ଦ୍ୱାରା ରକ୍ତ ବାହିକାକୁ ସାହାଯ୍ୟ କରିବା ସହ ଦୈହିକ ସମ୍ପର୍କକୁ ମଜବୁତ୍ କରିଥାଏ । ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଠାରୁ ତରଭୁଜ ଖାଇବା ଅଧିକ ସାହାଯ୍ୟକାରୀ । ସୂଚନାନୁଯାୟୀ ତରଭୁଜ ଖାଇବା ଦ୍ୱାରା ମାରାତ୍ମକ କ୍ୟାନ୍‌ସରକୁ ମଧ୍ୟ ରୋକାଯାଇପାରିବ ।


ସେୟାର କରନ୍ତୁ