ରବିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ; ମାତ୍ର ବିରୋଧତା ଦେଖା ଦେଇପାରେ। ଅସୁଖୀ ହୋଇପାରନ୍ତି। ଅର୍ଥ ଟାଣ-ଟୁଣ ରହିବ। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବୃଷ: ସମ୍ମାନିତ ହେବାରୁ ମନରେ ଖୁସିର ଲହରୀ ଖେଳିଯିବ। ବନ୍ଧୁ ମିଳନର ସମ୍ଭାବନା ଅଛି। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ଉତ୍ତମ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।

ମିଥୁନ: ଧୀରେ-ସୁସ୍ଥେ କାର୍ଯ୍ୟ କରିବାକୁ ହେବ। ବଳବାନ୍‍ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିପାରେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ।

କର୍କଟ: ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସମ୍ଭାବନା ଅଛି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ଚଞ୍ଚଳ ପ୍ରକୃତିର ହେବେ।

ସିଂହ: ଗତାଗତର ମାର୍ଗ କଣ୍ଟକିତ ଅଛି। ସତର୍କତାର ସହ ଆଗକୁ ବଢ଼ିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ମୂଲ୍ୟ ମିଳିବ। ଶତ୍ରୁ ବିନାଶ କରିବେ। ରାଜ ସମ୍ମାନ ମିଳିବ।

କନ୍ୟା: ଯାତ୍ରା ଶୁଭଫଳ ଦାୟକ ହେବ। ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରଙ୍କ ସହାୟତାରୁ ଲାଭବାନ୍‍ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।

ତୁଳା: ଯୋଗାଯୋଗ​‌ରେ ସାମାନ୍ୟ ତ୍ରୁଟି ଦେଖା ଦେଇପାରେ। ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସୁଖୀ ଓ କୀର୍ତ୍ତିମାନ୍‍ ହେବେ।

ବିଛା: ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ସ୍ୱଳ୍ପ ଆୟ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଅଧିକ ବ୍ୟୟ ଯୋଗୁଁ ପଶ୍ଚାତ୍ତାପ କରିପାରନ୍ତି। କେହି ପଥରୋଧ କରିବାକୁ ଉଦ୍ୟମ କରିବେ। ଅଯଥା ବିତର୍କରେ ଭାଗ ନନେଇ ଚୁପ୍‍ ରହିବେ। କ୍ରିୟାଶୀଳ ହେବେ। ମିଠା କଥା କହି ଅନ୍ୟର ମନ ଭୁଲାଇ ପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

ମକର: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମ ଧରଣର। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହେବେ।

କୁମ୍ଭ: ମନଫୂର୍ତ୍ତି ରହିବ। ବନ୍ଧୁଙ୍କ ସାନ୍ନିଧ୍ୟ ମିିଳିପାରେ। ସମ୍ମାନିତ ହେବାର ସୌଭାଗ୍ୟ ରହିଛି। ଶ୍ରମ ସାର୍ଥକ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ମୀନ: କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ତଥା ଧାର୍ମିକ ହେବେ।


ସେୟାର କରନ୍ତୁ