ଆଜିର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ନୂତନ କର୍ମାରମ୍ଭରେ କାର୍ଯ୍ୟ ସିଦ୍ଧି ହେବ । କାମକୁ ପୁରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ପ୍ରେମରେ ସଫଳତା ମିଳିବ ।

ବୃଷ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଦୀର୍ଘ ଦିନରୁ ପରିବାରରେ ଲାଗି ରହିଥିବା ମତଭେଦ ଦୂର ହୋଇପାରେ । ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: ବିଭିନ୍ନ ଦିଗରୁ ସହଯୋଗ ଓ କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ସାମାଜିକ ସ୍ତରରେ ତଥା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।

କର୍କଟ: କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ଅଫିସ୍ ରେ ବାକି ରହିଥିବା କାମକୁ ଶେଷ କରିବେ । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ ।

ସି˚ହ: ମନ ପ୍ରସନ୍ନ ରହିବ ।ବାଦ ବିବାଦରେ ବିଜୟୀ ହେବେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

କନ୍ୟା: କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିଛି । ମାଲିମୋକଦ୍ଦମାରେ ବିଜୟୀ ହେବେ ।ଆପଣଙ୍କର କ୍ଷମତା ବୃଦ୍ଧି ହେବ, ଯାହା ଫଳରେ ଅନେକ କିଛି ହାସଲ କରିପାରିବେ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସମାଜରେ ପ୍ରଶଂସା ପାଇବେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ଅନ୍ୟ ଲୋକଙ୍କ ଜରିଆରେ କାମ ପୂରା କରିବାରେ ସକ୍ଷମ ହେବେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ । ବ୍ୟବସାୟିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।

ମକର: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ଅଧୁରା କାମ ପୂରା ହେବ। ବେପାରରେ ଉଚିତ ଲାଭ ପାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।


ସେୟାର କରନ୍ତୁ