Coronavirus: ଗୋଟିଏ ଦିନରେ ସବୁଠାରୁ ଅଧିକ 4987 ମାମଲା ସାମ୍ନାକୁ ଆସିଅଛି, ପୂର୍ବ 24 ଘଣ୍ଟାରେ 120 ଲୋକଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମିବା ବଦଳରେ ବଢ଼ିବାରେ ଲାଗିଅଛି । ପୂର୍ବ 24 ଘଣ୍ଟାରେ ଗୋଟିଏ ଦିନରେ ସବୁଠାରୁ ଅଧିକ 4987 ମାମଲା ସାମ୍ନାକୁ ଆସିଅଛି, ଯାହା କି ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ଅଟେ । ତେବେ ପୂର୍ବ 24 ଘଣ୍ଟାରେ 120 ଲୋକଙ୍କ ମୃତ୍ୟୁ ହୋଇଅଛି । । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଏଥିରେ ଏପର୍ଯ୍ୟନ୍ତ 90ହଜାର 927 ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଏଥି ମଧ୍ୟରୁ 2872 ଲୋକଙ୍କର ମୃତ୍ୟୁ ହୋଇଅଛି । 34 ହଜାର 109 ଲୋକ ଠିକ ମଧ୍ୟ ହୋଇଛନ୍ତି ।

କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଛି ?
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁତାବକ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ 1135, ଗୁଜରାଟରେ 625, ମଧ୍ୟପ୍ରଦଶରେ 243, ପଶ୍ଚିମବଙ୍ଗରେ 232, ରାଜସ୍ଥାନରେ 126, ଦିଲ୍ଲୀ 129, ଉତ୍ତରପ୍ରଦେଶରେ 104, ଆନ୍ଧ୍ରପ୍ରଦେଶରେ 49, ତାମିଲନାଡୁରେ 74, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 36, ପଞ୍ଜାବରେ 32, ଜମ୍ମୁ-କାଶ୍ମୀରରେ 12, ହରିୟାଣାରେ 13, ବିହାରରେ 7, କେରଳରେ 4, ଝାଡ଼ଖଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡ଼ରେ 3, ହିମାଚଳପ୍ରଦେଶରେ 3, ଆସାମରେ 2 ଏବଂ ମେଘାଳୟରେ ଏକ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ