ରାଜ୍ୟରେ ପୁଣି 3 କରୋନା ଆକ୍ରାନ୍ତ ଚିହ୍ନଟ, 209କୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ରାଜ୍ୟରେ ପୁଣି 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ 3 ଜଣଙ୍କ ମଧ୍ୟରୁ ଜଗତସିଂହପୁର ଜଣେ ଏବଂ ବାଲେଶ୍ୱର ଜିଲ୍ଲାର ଦୁଇ ଜଣ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 209କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଜଗତସିଂହପୁର ଆକ୍ରାନ୍ତଙ୍କ ବୟସ 70 ବର୍ଷ (ପୁରୁଷ)। ସେ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ସେ ପଶ୍ଚିମବଙ୍ଗ ଫେରନ୍ତା । ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିବା 2 ଜଣ ବ୍ୟକ୍ତି ସୁରତ ଫେରନ୍ତା ଯୁବକ । ସେମାନଙ୍କର ବୟସ 26 ବର୍ଷ (ପୁରୁଷ)ଓ 29 ବର୍ଷ (ପୁରୁଷ) । ଉଭୟ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।


ସେୟାର କରନ୍ତୁ