ଭୟ କରନ୍ତୁ ନାହିଁ, ସାମାଜିକ ଦୂରତାକୁ ଅଣ ଦେଖା କଲେ କାର୍ଯ୍ୟାନୁଷ୍ଠାନ,ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବର୍ତମାନ ଏକ ଦେଖାଯାଉ ନଥିବା ଭୁତାଣୁ ପାଇଁ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଛି । ଏହି ଦେଖା ଯାଉନଥିବା ଭୁତାଣୁ କବଳରୁ ମନୁଷ୍ୟ କେମିତି ବାହାରିବ ତାହା ଏବେ ଏକ ଚିନ୍ତାର ବିଷୟ ହୋଇରହିଅଛି । ଏବେ ଏହି କରୋନା ନାମକ ଭୁତାଣୁ ସହ ମାନବ ଜାତିର ଯୁଦ୍ଧ ପରିସ୍ଥିତି ରହିଅଛି । ଏବେ ଆମ ଦେଶରେ ଏଥି ପାଇଁ 21 ଦିନର ଲକଡାଉନ ଘୋଷଣା କରାଯାଇଅଛି ।

ତେବେ ଏହା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ୍ଭମାନଙ୍କ ପାଇଁ କିଛି ବାର୍ତା ରଖିଛନ୍ତି, କରୋନାକୁ ନେଇ ଲୋକମାନେ କୌଣସି ପ୍ରକାର ଭୟ କରନ୍ତୁ ନାହିଁ ବରଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ରାଜଧାନୀ ବମିଖାଲ ଅଞ୍ଚଳରୁ ରବିବାର ରାତି ଏକକାଳୀନ 15 ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଲୋକେ ଲକଡାଉନ ନିୟମକୁ ପାଳନ କରନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏଥି ସହିତ ନବୀନ ଚେତାବନୀ ଦେଇ କହିଛନ୍ତି, ସାମାଜିକ ଦୂରତା ଉଲଂଘନ କାରୀଙ୍କ ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ନୀତିକୁ ଆପାଣାଯିବ ।

ରବିବାର ରାତି ଚିହ୍ନଟ ହୋଇଥିବା 16 ଜଣ ପଜିଟିଭମାନଙ୍କ ମଧ୍ୟରୁ 15 ଜଣ ହେଉଛନ୍ତି ବମିଖାଲ ଅଞ୍ଚଳର । ବର୍ତମାନ ଏହି ଅଂଚଳକୁ ପ୍ରତିବନ୍ଧିତ କରାଯାଇଛି । ବମିଖାଲ ସିଲ ହୋଇଥିବାରୁ ଭୟ କରିବାର କାରଣ ନାହିଁ । ଲୋକେ ଲକଡାଉନ ନିୟମ ପାଳନ କରି ଘର ଭିତରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି, ନିୟମ ଉଲଂଘନକାରୀଙ୍କ ବିରୋଧରେ ପୋଲିସ କଡ଼ା ପଦକ୍ଷେପ ନେବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଏପର୍ଯ୍ୟନ୍ତ 39 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏଥିମଧ୍ୟରୁ କେବଳ ଭୁବନେଶ୍ୱରରୁ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ବମିଖାଲ ଅଞ୍ଚଳରୁ 19 ଜଣ ସାମିଲ ଅଛନ୍ତି । ଅନ୍ୟ ପକ୍ଷରେ ଭଦ୍ରକରୁ 3 ଜଣ, ଯାଜପୁର, କଟକ, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି


ସେୟାର କରନ୍ତୁ