ମହାପ୍ରଭୁଙ୍କ ବନକଲାଗି ପାଇଁ ଆଜି ସନ୍ଧ୍ୟା 6ରୁ ଦର୍ଶନ ବନ୍ଦ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି । ଦେଢ଼ ମାସ ପରେ ଆଜି ଅର୍ଥାତ (9 ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା 6ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାତି 11ଟା ପରେ ଦର୍ଶନ ସ୍ବାଭାବିକ ହେବ ।

ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକ ବିବାଦ କାରଣରୁ ନୀଳାଦ୍ରି ବିଜେ ପରଠାରୁ ରତ୍ନସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନଥିଲା । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ପାଇଁ କହୁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ । ଏହି ବିବାଦ କାରଣରୁ ଜୁଲାଇ 1 ତାରିଖରୁ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନାହିଁ ।

ଗତ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ 9 ତାରିଖ ବୁଧବାର ବନକଲାଗି ହେଉଛି । ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ପ୍ରାୟ ସନ୍ଧ୍ୟା 6ଟାରୁ ଦତ୍ତ ମହାପାତ୍ର ସେବକ ପ୍ରବେଶ କରିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।


ସେୟାର କରନ୍ତୁ