ଭାରତରେ ଲଞ୍ଚ କରିବ 5G ମୋବାଇଲ, ଜାଣନ୍ତୁ କେତେ ରହିବ ଦାମ

Truthink
ସେୟାର କରନ୍ତୁ

ଭାରତର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀ ରେ ହେବ ଲଞ୍ଚ | ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ‘ ରିୟଲମି’ ଏହାର ଲଞ୍ଚ ପାଇଁ କରୁଛି ପୂରା ପ୍ରସ୍ତୁତି | କମ୍ପାନୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ଦାମ ପାଖାପାଖି ୫୦ ହଜାର ଟଙ୍କା |

ଅଧିକାରୀ କହିଛନ୍ତି ଯେ, ‘୨୦୧୮ ଆରମ୍ଭ କରିଥିବା ରିୟଲମି ୨୪ ଫେବ୍ରୁଆରୀ କୁ ଭାରତ ରେ ତାର ପ୍ରଥମ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବ | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହି ୫ଜି ହ୍ୟାଣ୍ଡସେଟ ୮୬୫ ସ୍ନାପଡ୍ରାଗନ ଚିପସେଟ ସହ ମାର୍କେଟ ରେ ଲଞ୍ଚ କରିବ ଓ ଏହାର ଆରମ୍ଭ ଦାମ ପାଖାପାଖି ୫୦,୦୦୦ ଟଙ୍କା ରହିବ |

ମୋବାଇଲ ଫୋନ ତୁଳନା କରୁଥିବା ଗୋଟେ ୱେବ୍ସସାଇଟ କହିବା ଅନୁସାରେ କମ ଚିପସେଟ ସଂସ୍କରଣ ସହ ୫ଜି ସ୍ମାର୍ଟଫୋନ ହ୍ୟାଣ୍ଡସେଟ ର ଦାମ ୨୫,୭୯୦ ଟଙ୍କା ପ୍ରତି ୟୁନିଟ ରେ ଉପଲବ୍ଧ ହେବ | ଅଧିକାରୀଙ୍କ କହିବାନୁଯାୟୀ, କମ୍ପାନୀ ଭବିଷ୍ୟତ କୁ ଦେଖି ତାର ଉତ୍ପାଦ ସବୁ ପ୍ରସ୍ତୁତ କରିବାକୁ ଚାହୁଁଛି | ଏହି ହ୍ୟାଣ୍ଡସେଟ ର ଟେକନିକ ଦୁନିଆର ସବୁଠୁ ବିକଶିତ ଦେଶରେ ଉପଲବ୍ଧ ଅଟେ |

ରିଅଲମି ଦ୍ୱାରା ଏକ୍ସ ୫୦ ପ୍ରୋ ୫ଜି ହ୍ୟାଣ୍ଡସେଟ କୁ ସ୍ପେନ ଓ ଭାରତରେ ଏକ ସାଥିରେ ଲଞ୍ଚ କରିବ , କାରଣ କରୋନା ଭାଇରସ କାରଣରୁ ସବୁଠୁ ବଡ଼ ଟ୍ରେଡ଼ ସୋ , ବିଶ୍ୱ ମୋବାଇଲ କଂଗ୍ରେସ ୨୦୨୦ କୁ ରଦ୍ଧ କରିଦିଆଯାଇଛି | ଚୀନର ଅନ୍ୟ ଏକ ନୂଆ ସ୍ମାର୍ଟଫୋନ ବ୍ରାଣ୍ଡ iQOO 3 ମଧ୍ୟ ୨୫ ଫେବ୍ରୁଆରୀ ରେ ଭାରତରେ ତାର ୫ଜି ମୋବାଇଲ ହ୍ୟାଣ୍ଡସେଟ ଘୋଷଣା କରିପାରେ |


ସେୟାର କରନ୍ତୁ