ଶିବରାତ୍ରିର ମାହାତ୍ମ୍ୟ ବିଷୟରେ ଜାଣିବା ପାଈଁ କ୍ଲିକ କରନ୍ତୁ

Truthink
ସେୟାର କରନ୍ତୁ

ଶିବ ହେଲେ ଗଭୀର ନୀରବ ଏବଂ ସ୍ଥିର ସ୍ଥାନ ଯେଉଁଠାରେ ମସ୍ତିଷ୍କର ସବୁ କାର୍ଯ୍ୟକ୍ରମର ସମାଧାନ ହୋଇଥାଏ । ଏହି ସ୍ଥାନଟି ଆପଣ ଯେଉଁଠାରେ ଅଛନ୍ତି ସେଠାରେ ପାଇପାରିବେ । ଦୂର ତୀର୍ଥସ୍ଥାନକୁ ସାତ୍ତ୍ୱକିତା ପାଇଁ ଯିବାର କୌଣସି ଆବଶ୍ୟକତା ନାହଁ । ଆପଣ ଯେଉଁଠି ଅଛନ୍ତି,ସେଠାରେ ଯଦି ଭଗବତ୍‌ସତ୍ତାକୁ ପାଇପାରୁ ନାହାଁନ୍ତି, ତାହେଲେ ଅନ୍ୟ କୋଉଠି ପାଇବା ଅସମ୍ଭବ । ଯେଉଁ ମୂହୁର୍ତ୍ତରେ ଆପଣ ସ୍ଥିର, କେନ୍ଦ୍ରିତ ହୋଇ ପାରିବେ ସେତେବେଳେ ଆପଣ ଅନୁଭବ କରିବେ ଭଗବତ୍ ସତ୍ତା ସର୍ବତ୍ର ବିଦ୍ୟମାନ ରହିଛି.ଏହା ଧ୍ୟାନ ଦ୍ୱାରାହିଁ ସମ୍ଭବ ହୋଇଥାଏ ।
ଶିବଙ୍କର ଅନ୍ୟ ଏକ ନାମ ହେଲା ଆଦ୍ୟାନ୍ତହୀନମ୍‌- ଯାହାଙ୍କର ଆଦି କିମ୍ବା ଅନ୍ତ ନାହିଁ । ଆମେ ଭାବି ଥାଉ ଶିବ କଣ୍ଠରେ ସାପ ଧାରଣ କରି କେଉଁଠାରେ ବସିଛନ୍ତି, ତେବେ ଶିବ ହେଲେ ଯାହାଙ୍କଠାରୁ ସବୁ ଜିନିଷ ର ଉତ୍ପତ୍ତି ହୋଇଛି, ସିଏ ସବୁ ଜିନିଷ ର ସୃଷ୍ଟିକର୍ତ୍ତା, ଆଜି ପଯ୍ୟନ୍ତ ଯାହା ହେଇଛି, ସବୁ ତାଙ୍କ ଠାରୁ ଉତ୍ପନ୍ନ ହୋଇଛି ଏବଂ ତାଙ୍କ ଠାରେ ସବୁ ଲୀନ ହୋଇଛି ।
ଶିବଂକୁ ବିରୁପାକ୍ଷ ମଧ୍ୟ କୁହାଯାଏ-ଏହାର ଅର୍ଥ ହେଲା, ଯିଏ ନିରାକାର କିନ୍ତୁ ଯାହାଙ୍କୁ ସବୁ ଦୃଶ୍ୟମାନ । ଏହି ଘଟଣା ‘ଆଣବିକ ମାତ୍ରା ଯାନ୍ତ୍ରିକି’(କ୍ୱାଣ୍ଟମ୍ ମେକାନିକ୍ସ)ରେ ଉଲେଖ୍ୟ ହୋଇଛି ।
ଯାହା ଦୃଶ୍ୟ ହୁଏ ଏବଂ ଆମେ ଯାହାକୁ ଦେଖୁ ଏହି ଦୁଇଟି ପ୍ରକ୍ରିୟା ଆମ ଦର୍ଶନ କ୍ଷମତା ଉପରେ ନିର୍ଭରଶୀଳ । ଆମେ ଜାଣିଥାଉ ଯେ ଆମ ଚାରିପଟେ ବାୟୁ ବିଦ୍ୟମାନ ଏବଂ ଆମେ ବାୟୁର ଉପସ୍ଥିତି ଅନୁଭବ କରିପାରୁ । କିନ୍ତୁ ବାୟୁ ଆମର ଉପସ୍ଥିତିକୁ ଅନୁଭବ କରି ପାରେ କି? ମହାକାଶ ଆମ ଚାରିପଟେ ବିଦ୍ୟମାନ, ଆମେ ମଧ୍ୟ ଏହା ଅନୁଭବ କରିଥାଉ ,କିନ୍ତୁ ମହାକାଶ ଆମକୁ ଜାଣି ପାରେନି । ଭଗବତ୍ ସତ୍ତା,ଦିବ୍ୟ ଶକ୍ତି ସର୍ବତ୍ର ବିଦ୍ୟ ମାନ ଏବଂ ଆମକୁ ଦେଖୁଛନ୍ତି ଏହା ହେଉଛି ଦୃଶ୍ୟମାନ । ଏହି ନିରାକାର ତତ୍ତ୍ୱହିଁ ଶିବରାତ୍ରି ।
ଶିବତତ୍ତ୍ୱକୁ ଅନୁଭବ କରିବା ଏବଂ ଜାଗ୍ରତ କରିବା ପର୍ବ କୁ ଶିବରାତ୍ରି କୁହାଯାଏ । ସାଧାରଣତଃ ଆମେ ଯେତେବେଳେ ଉତ୍ସବ ପାଳନ କରିଥାଉ, ସେତେବେଳେ ନିଜର ସଚେତନ ହରାଇ ଥାଉ ଶିବରାତ୍ରି ରେ ଗଭୀର ସ୍ଥିରତା ଏବଂ ସଚେତନତା ସହିତ ଉତ୍ସବ ପାଳନ କରା ଯାଏ । ଆମେ ଯେତେବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହୋଇଥାଉ, ତେବେ ସର୍ତକତା ଅବଲମ୍ବନ କରିଥାଉ ସବୁକିଛି ଠିକ୍ ଠାକ୍ ଥାଏ, ସେତେବେଳେ ଆମେ ସ୍ଥିର ହୋଇଥାଉ, କିନ୍ତୁ ଶିବରାତ୍ରି ଦିନ ଆମେ ସଚେତନା ସହ ସ୍ଥିର ହୋଇଥାଉ । କୁହାଯାଏ ଯେତେବେଳେ ସମସ୍ତେ ଶୋଇ ଥାନ୍ତି ଯୋଗୀଜନ ଜାଗ୍ରତ ଅବସ୍ଥା ରେ ଥାନ୍ତି । ଯୋଗୀ ମାନଙ୍କ ଲାଗି ସବୁ ଦିନ ହିଁ ଶିବରାତ୍ରୀ ।
ଶିବ ହେଉଛନ୍ତି ସଚେତନତା ର ଚତୁର୍ଥ ଅବସ୍ଥା । ତୃତୀୟ ଅବସ୍ଥା ହେଲା, ଧ୍ୟାନାବସ୍ଥା, ଯାହାକି ଜାଗ୍ରତ ଅବସ୍ଥା, ନିଦ୍ରାବସ୍ଥା ଏବଂ ସ୍ୱପ୍ନବସ୍ଥା ର ବହୁତ ଉପରେ । ସିଏ ଅଦୈତ୍ୱ , ସଚେତନଶୀଳତା ଏବଂ ସର୍ବତ୍ର ବିଦ୍ୟମାନା ସେଥିପାଇଁ ଶିବଂକୁ ପୂଜା କରିବାକୁ ହେଲେ ଶିବଂକ ଭିତରେ ବିଲୀନ ହୋଇ ଶିବପୂଜା କରିବାକୁ ହେବ । ଶିବଙ୍କ ଦ୍ୱାରା ଶିଙ୍କୁ ପୂଜା କରିବାକୁ ହେବ, ଯିଏକି ଚିଦାନନ୍ଦ ରୂପ ତଥା ସଚେତନଶୀଳତା ଏବଂ ପ୍ରକୃତ ଆନନ୍ଦ ।
‘ତପ ଯୋଗ ଗମ୍ୟ’ ମନୁଷ୍ୟ ଯିଏକି ତାର ତପ ଯୋଗ ଦ୍ୱାରା ପରିଚିତ । ଯୋଗରମାନେ କେବଳ ଶାରୀରିକ ବ୍ୟାୟାମ ନୁହେଁ, ପ୍ରାଣାୟାମ ଓ ଧ୍ୟାନ ମଧ୍ୟ ଶିବତତ୍ତ୍ୱର ଅନୁଭୁତି । ପଞ୍ଚନ୍ମୁଖ, ପଞ୍ଚତତ୍ତ୍ୱ, ଶିବଂକର ପାଞ୍ଚତତ୍ତ୍ୱକୁ ଦର୍ଶାଇଥାଏ । ଜଳ, ବାୟୁ,ପୃଥିବୀ , ଆକାଶ ଏବଂ ଅଗ୍ନି ଏହି ପାଞ୍ଚତତ୍ତ୍ୱକୁ ବୁଝିବାକୁ ହିଁ ତତ୍ତ୍ୱଜ୍ଞାନ କୁହା ଯାଏ । ଶିବପୂଜା ହେଲା ଶିବତତ୍ତ୍ୱରେ ଲୀନ ହୋଇ ସମସ୍ତଙ୍କ ମଙ୍ଗଳ କାମନା କରିବା-’ସର୍ବ ଜନଃ ସୁଖୀନଃ ଭବନ୍ତୁ’ ସବୁ ପଛରେ ଶିବରାତ୍ରୀ ର ମହତ୍ତ୍ୱ ରହିଛି । ଯାହାକି ସୃଷ୍ଟିର ଅନେକତ୍ତ୍ୱକୁ ଏଳତ୍ତ୍ୱରେ ସଚେତନ ଶୀଳତା ସହ ପରିବର୍ତ୍ତିତ କରିଥାଏ !


ସେୟାର କରନ୍ତୁ