ଗୁଡ଼ର ଉପକାରୀ ଗୁଣ

Truthink
ସେୟାର କରନ୍ତୁ

ଆମେ ସମସ୍ତ ଜାଣନ୍ତି ଗୁଡ଼ର ବ୍ୟବହାର ସମ୍ପର୍କରେ । ଏହାକୁ ବିଭିନ୍ନ କ୍ଷତ୍ରରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଡ଼କୁ ଖାଇଲେ ଅନେକ ରୋଗ ଭଲ ହେଇଯିବାର ସମ୍ଭାବନା ମଧ୍ୟ ଅଛି । ଆସନ୍ତୁ ଜାଣିବା ଗୁଡ଼ର ଉପକାରୀ ଗୁଣ ସମ୍ପର୍କରେ

ଗୁଡ଼ ସେବନର ଫାଇଦା ସମ୍ପର୍କରେ ଜାଣନ୍ତୁ-

ହାଡ଼ ଶକ୍ତ ରଖେ

ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭବ ହେଉଛି ତେବେ ଗୁଡ଼ ସହିତ ଅଦା ଖାଇବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଏହି ଦୁଇଟି ତତ୍ତ୍ଵ ହାଡ଼ ଶକ୍ତ କରିବାରେ ସହାୟତା କରେ।

ଏନିମିଆ ରୋଗ

ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡ଼ର ସେବନ ଖୁବ୍ ଉପକାରୀ ହୋଇଥାଏ।

ଥଣ୍ଡା ଓ କାଶ

ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ।

ଗଳା ସମସ୍ୟା

କଳା ଲଙ୍କା, ଅଦା ଓ ଗୁଡ଼କୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଦୂର ହୁଏ। ଯଦି ଆପଣ ଗୁଡ଼ ଓ ଅଦାକୁ ଗରମ କରି ଖାଇବେ ତେବେ ଗଳା ଜନିତ ସମସ୍ୟାକୁ ତୁରନ୍ତ ଆରାମ ମିଳିବ।

ପେଟ ପାଇଁ ଲାଭଦାୟକ

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ଼ ଖାଇବା ଭଲ। ଯଦି ଆପଣଙ୍କର ଆମ୍ବିଳା ହେକୁଟି ଆସୁଛି ତେବେ ଗୁଡ଼ ସହିତ କଳା ଲୁଣ ମିଶାଇ ଖାଆନ୍ତୁ। ଦେଖିବେ ନିହାତି ଆରାମ ଲାଗିବ। ଖାଇବା ପରେ ଗୁଡ଼ ଖାଇବା ଦ୍ଵାରା ହଜମ ଶକ୍ତି ବଢ଼ିବା ସହ ଭୋକ ଲାଗିଥାଏ।

ପେଟ ଥଣ୍ଡା ରଖେ ଗୁଡ଼

ଖାଇବା ପିଇବା ଠିକ୍‌ ଭାବେ ନ କଲେ ପେଟ ଗରମ ହୋଇଯାଏ। ଏହାସହ ପରିସ୍ରା ପୋଡ଼ା ଭଳି ସମସ୍ୟା ଦେଖାଦିଏ। ଏଭଳି କ୍ଷେତ୍ରରେ ଲେମ୍ବୁ ମିଶ୍ରିତ ପାଣିରେ ଗୁଡ଼ ମିଶାଇ ପିଇଲେ ପେଟ ଥଣ୍ଡା ହୋଇଥାଏ।


ସେୟାର କରନ୍ତୁ