ସାହିନ ବାଗ ଫାୟାରିଂକୁ ନେଇ ଦୁଃଖି ସୋନମ କପୁର, କହିଲେ-ବନ୍ଦ କରନ୍ତୁ ଏ ଘୃଣାର ରାଜନୀତି

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସାହିନ ବାଗରେ CAA ଓ NRCକୁ ନେଇ କରି ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାରକୁ ଏକ ନାବାଳକ ଯୁବକ ଜମିୟା ଅଞ୍ଚଳରେ ଓପନ ଫାୟାରିଂ କରିଥିଲା,ଯେଉଁଥିରେ ଜଣେ ଛାତ୍ର ଘାୟଲ ହୋଇଥିଲେ । ତେବେ ଶନିବାରକୁ ପୁଣି ଥରେ ସାହିନ ବାଗ ଇଲାକାରେ ଏକ ବ୍ୟକ୍ତି ତମଞ୍ଚା ନେଇକରି ପହଞ୍ଚିଥିଲେ ଏବଂ ସେଇଠି ଗୋଳି ଚଳାଇ ଥିଲେ ।

ଗୋଳି ଚଳେଇଥିବା ଵାଲେ କପିଲ ଗୁର୍ଜର କହିଲେ,’ଆମର ଦେଶରେ କେବେଳ ହିନ୍ଦୁ ମାନଙ୍କର ଚାଲିବ’ । ତେବେ ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହି ଗୋଟିଏ ପରେ ଗୋଟିଏ ହେଉଥିବା ହିଂସା ମାମଲାରେ ଆମ ଲୋକମାନଙ୍କୁ ଖୁବ ରାଗ,ଡର ଏବଂ ହେଃରାନ ଲାଗୁଛି । ଏହା ଉପରେ ବଲିଓଡ଼ର ସେଲିବ୍ରେଟିଜ ମଧ୍ୟ ଏହି ମାମଲା ଉପରେ ଦୁଃଖ ପ୍ରକାଶ କରି ନିଜର ରାଗ ଇଜହାର କରିଛନ୍ତି ।

ଏକ୍ଟ୍ରସ ସୋନମ କପୁର ଟ୍ୱିଟ କରି ଲୋକମାନଙ୍କୁ ଘୃଣା ନ ଫଲେଇବା ପାଇଁ ଅପିଲ କରିଛନ୍ତି । ସେ ଟୁଇଟରେ ଲେଖିଛନ୍ତି,’ଭାରତରେ ଏମିତି ହେବ ମୁଁ କେବେ ଏହି କଥାର କଳ୍ପନା ମଧ୍ୟ କରି ନଥିଲି । ଏମିତି ଖତରନାକ ବିଭାଜନକାରୀ ରାଜନୀତି ବନ୍ଦ କରନ୍ତୁ । ଏମିତିରେ ଘୃଣା ପ୍ରସାରିତ ହୋଇଥାଏ । ତେବେ ତୁମେ ନିଜେ ନିଜକୁ ହିନ୍ଦୁ ମାନୁଛନ୍ତି ତ ବୁଝିବା ହେବ କି ତୁମର ଧର୍ମ ତୁମର କର୍ମରେ ହୋଇଥାଏ ଏବଂ ଏହା ଯାହା ହେଉଛି ତାହା ଏଥିରେ ଆସୁନାହିଁ ।’

ସୋନମ କପୁରଙ୍କ ଏହି ଟ୍ୱିଟ ପରେ କିଛି ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତାଙ୍କ ଉପରେ ପ୍ରଶ୍ନ ମଧ୍ୟ କରିଛନ୍ତି । ପୁଣି ମଧ୍ୟ ସୋନମ କପୁର ମଧ୍ୟ ପଛକୁ ହଟି ନାହାନ୍ତି ଏବଂ ସେ ସମସ୍ତଙ୍କୁ କରାର ଜବାବ ଦେଇଛନ୍ତି । ଦେଖନ୍ତୁ ସୋନମ କପୁରଙ୍କୁ ଲୋକମାନେ କଣ କହିଛନ୍ତି ଏବଂ ସେ କେମିତି ତାଙ୍କ କଥାର ସାମ୍ନା କରିଛନ୍ତି ।


ସୋନମ କପୁରଙ୍କୁ ପୂର୍ବ ଦିନରେ ଫିଲ୍ମ ‘ଜୋୟା ଫେକ୍ଟର’ରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କର କୌଣସି ପ୍ରୋଜେକ୍ଟ ଘୋଷଣା କରାଯାଇନାହିଁ ।


ସେୟାର କରନ୍ତୁ