ସନ୍ନି ଲିଓନିଙ୍କୁ ଅଫର

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ପର୍ଣ୍ଣ ଷ୍ଟାର ଭାବେ ପରିଚିତ ଅଭିନେତ୍ରୀ ସନ୍ନି ଲିଓନି ବିଭିନ୍ନ ପର୍ଣ୍ଣ ଫିଲ୍ମରେ କାମ କରିବା ପରେ ବଲିଓଡ଼ରେ ପାଦ ରଖିଥିଲେ । ସନ୍ନି ବଲିଓଡ଼ରେ ମଧ୍ୟ ଭଲ ଅଭିନୟ ପ୍ରଦର୍ଶନ କରିପାରିଛନ୍ତି । ବଲିଓଡ଼ରେ କାମ ପରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମ କରିବା ଛାଡ଼ି ଦେଇଥିଲେ । ଅନେକ ଲୋକ ତାଙ୍କୁ ଆଜିବି ପର୍ଣ୍ଣ ଷ୍ଟାର ଭାବେ ସମ୍ବୋଧନ କରୁଛନ୍ତି । ତେବେ ନିଜର ଏଭଳି ଛବିକୁ ସନ୍ନି ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ସେହି କାମ ସହ ସାମଞ୍ଜସ୍ୟ ଥିବା କାମ ପାଇଁ ଅଫର କରାଯାଇଛି । ପ୍ରଯୋଜିକା ଏକତା କପୁର କାମସୂତ୍ରକୁ ନେଇ ଏକ ୱେବ୍ ସିରିଜ୍ କରିବାକୁ ଚାହୁଁଥିବା ବେଳେ ସେ ସେଥିରେ ସନ୍ନିଙ୍କୁ ନେବା ପାଇଁ ମନସ୍ଥ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଏକତା କପୁର ଓ ସନ୍ନି ଏକାଠି କାମ କରି ସାରିଛନ୍ତି । ଅନେକ କସରତ ପରେ ସନ୍ନି ଏହି ୱେବ୍ ସିରିଜରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି ।


ସେୟାର କରନ୍ତୁ