କ୍ରିକେଟିୟର ହରଭଜନ ସିଂହ ଫିଲ୍ମରେ ଏଣ୍ଟ୍ରି,’ଫ୍ରେଣ୍ଡସିପ’ରେ ମୁଖ୍ୟ ଭୂମିକାରେ ଆସିବେ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟିୟର ହରଭଜନ ସିଂହ ‘ଫ୍ରେଣ୍ଡସିପ’ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପୋଷ୍ଟର ଜାରି କରାଯାଇଅଛି,ଯାହାକି ଆସିବା ପରେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫିଲ୍ମ ବର୍ଷ 2020ରେ ସିନେମା ଘରେ ରିଲିଜ ହେବାର ରହିଛି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର ସ୍ପିନ ବୋଲର ହରଭଜନ ସିଂହ ବର୍ତମାନ କ୍ରିକେଟ୍ରୁ ଦୂରରେ ଅଛନ୍ତି କିନ୍ତୁ ସେ ଏବେ ଜଲ୍ଦି ତୁମକୁ ସିନେମା ଘର ଗୁଡିକରେ ବଡ଼ ପରଦା ଉପରେ ଦେଖିବାକୁ ମିଳିବେ । ଭଜି ‘ଫ୍ରେଣ୍ଡସିପ’ ଫିଲ୍ମକୁ ନେଇ କରି ଆସୁଛନ୍ତି । ଏହି ଫିଲ୍ମ ବର୍ଷ 2020ରେ ରିଲିଜ ହେବାର ସମ୍ଭାବନା ରହିଛି । ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ହେବ ଯେବେ ଜଣେ କ୍ରିକେଟିୟର ଲିଡ଼ ରୋଲରେ ନଜର ଆସିବ । ଏହି ଫିଲ୍ମର ପୋଷ୍ଟର ଫିଲ୍ମ ମେକର୍ସ ନିଜର ଟ୍ୱିଟର ହ୍ୟାଣ୍ଡଲ ଉପରେ ସେୟାର କରିଛନ୍ତି । ଯେଉଁଥିରେ ପୋଲିସ ହାତକଡ଼ିରେ ବନ୍ଧା ହୋଇଥିବା ଦୁଇଟି ହାତ ନଜର ଆସୁଛି ।

ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଆସିବା ପରେ ଭାଇରଲ ହେଉଅଛି । ଏହି ପୋଷ୍ଟରକୁ ହରଭଜନ ସିଂହ ମଧ୍ୟ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ‘ଫ୍ରେଣ୍ଡସିପ’କୁ ଡାଇରେକ୍ଟ ଜେପିଆର ଏବଂ ସାମ ସୂର୍ଯ୍ୟା କରିଛନ୍ତି,ସେଥିରେ ଫିଲ୍ମର ପ୍ରଡ୍ୟୁସର ଜେପିଆର ଏବଂ ଷ୍ଟାଲିନ ଅଟନ୍ତି ।

କହିବାକି ହରଭଜନ ସିଂହ ଭାରତୀୟ ଟିମରେ 103 ଟେଷ୍ଟ ମ୍ୟାଚ୍ରୁ 417 ଉଇକେଟ ହାସଲ କରିଅଛନ୍ତି । ଯେଉଁଥିରେ ସେ 16 ଥର ଚାରି ଏବଂ 25 ଥର ପାଞ୍ଚ ଉଇକେଟ ହାସଲ କରିଛନ୍ତି । ସେଇଠି ୱାଣ୍ଡେ କ୍ରିକେଟର କଥା କହିବାତ ଭଜି 236 ୱାଣ୍ଡେ ମ୍ୟାଚରେ 269 ଉଇକେଟ ହାସଲ କରିଅଛନ୍ତି । ଯେଉଁଥିରେ ସେ ତିନି ଥର ପାଞ୍ଚ ଏବଂ 2ଥର ଚାରି ଉଇକେଟ ନେଇଛନ୍ତି । ତେବେ ସେଠି ଟି-20ର କଥା କହିବାତ ହରଭଜନ ସିଂହ 28 ମ୍ୟାଚରେ 25 ଉଇକେଟ ହାସଲ କରିଛନ୍ତି ।

39 ବର୍ଷୀୟ ହରଭଜନ ସିଂହ ଭାରତୀୟ ଟିମ ତରଫରୁ ଶେଷ ଟେଷ୍ଟ ମ୍ୟାଚ ବର୍ଷ 2015ରେ ଶ୍ରୀଲଙ୍କା ବିରୋଧରେ ଖେଳିଥିଲେ । ସେ ତାଙ୍କର ଶେଷ ୱାଣ୍ଡେ ମ୍ୟାଚ ସାଉଥ ଆଫ୍ରିକା ବିରୋଧରେ ମୁମ୍ବାଇରେ ବର୍ଷ 2015ରେ ଖେଳିଥିଲେ । ତେବେ ସେ ନିଜର ଶେଷ ଟି-20 ମ୍ୟାଚ 3 ମାର୍ଚ୍ଚ 2016ରେ ଖେଳିଥିଲେ ।


ସେୟାର କରନ୍ତୁ