କପିଲ ଶର୍ମାଙ୍କ ସୋର ମାହୋଲ ହେବ ଝକାସ, ଯେବେ ପ୍ରବେଶ କରିବେ ଅନିଲ କପୁର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କପିଲ ଶର୍ମାଙ୍କ ଶୋରେ ଏଇ ଥର ମାହୋଲ ଝକାସ ହେବାର ରହିଛି । ଶୋରେ ଅନିଲ କପୁର ପ୍ରବେଶ କରିବେ । କପିଲ ଅନିଲ କପୁରଙ୍କ ସାଙ୍ଗରେ ଖୁବ ମସ୍ତି କରିବେ । ଶୋର ପ୍ରମୋ ରିଲିଜ କରି ଦିଆଯାଇଛି ।

ଭିଡ଼ିଓରେ କପିଲ ଅନିଲଙ୍କୁ ପଚାରୁଛନ୍ତି, ଅନୀଲ ସାର କିଛି ଦିନ ପୂର୍ବରୁ ସୋକୁ ଜ୍ୟାକି ଶ୍ରଫ୍ ଆସିଥିଲେ । ଆପଣଙ୍କ ଠାରୁ ବହୁତ ବଡ଼ ଭାଇ । ସେ ଆଜିକାଲି ବହୁତ ବଡ଼ ମୁଁହିମ ଚଲାଉଛନ୍ତି କି ପ୍ଲାଣ୍ଟ ଲଗାଉ । ଆପଣ ମଧ୍ୟ ପ୍ଲାଣ୍ଟ ପ୍ରଭୃତି ଲାଗାନ୍ତି । ଏହା ଉପରେ ଅନିଲ କହିଲେ,ମୋତେ ପ୍ଲାଣ୍ଟର ଆବଶ୍ୟକ ନାହିଁ । ମୋ ପାଖରେ ପୁରା ବଗିଚା ଅଛି । ଖୋଲିକରି ଦେଖାଇବି । ଏହା ପରେ ଅନୀଲ ନିଜର ଟି ସାର୍ଟ ଉଠାଇ ଦେଖାଇଲେ । ଏହା ଦେଖିକି ସମସ୍ତେ ହସି ହସି ଗଡିଗଲେ ।

ଏହା ବ୍ୟତୀତ ଶୋର ଆଉ ଏକ ପ୍ରୋମୋ ଭାଇରଲ ହେଉଅଛି । ପ୍ରୋମୋରେ ଅନିଲ କପୁର ନିଜର ଅପକମିଂ ଫିଲ୍ମ ମଲଙ୍ଗର ଷ୍ଟାର ମାନଙ୍କ ସହ ବସିଛନ୍ତି । ପ୍ରୋମୋରେ କୃଷ୍ନା ଅଭିଷେକ ଫିଲ୍ମ ମଲଙ୍ଗର ଟ୍ରେଲରକୁ ତାରିଫ କରୁଛନ୍ତି । ଅଭିଷେକ କହୁଛନ୍ତି ଫିଲ୍ମର ଡ଼ାଇଲଗ ଖୁବ ଭଲ ଅଛି । ଏହି ପ୍ରୋମୋକୁ ଖୁବ ପସନ୍ଦ କରାଯାଉଛି ।

କହିବାତ ଅନିଲ କପୁର ନିଜର ଫିଲ୍ମ ମଲଙ୍ଗର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋରେ ପହଞ୍ଚିଥିଲେ । ଫିଲ୍ମରେ ଆକ୍ସନ ଓ ରୋମାନ୍ସର ଓଭରଡୋଜ ରହିଅଛି । ଫିଲ୍ମ ମଲଙ୍ଗରେ ଅନିଲ କପୁର ବ୍ୟତୀତ ଆଦିତ୍ୟ ରାୟ କପୁର ଦିଶା ପିଟାନି ଏବଂ କୁନାଲ ଖେମୁ ମଧ୍ୟ ଅଛନ୍ତି । ଏହାର ନିର୍ଦେଶନ ମୋହିତ ସୁରୀ ଦେଇଛନ୍ତି । ଟି -ସିରିଜ ଏବଂ ଲୱ ଫିଲ୍ମସ ଏହାର ପ୍ରୋଡିୟୁସ କରିଛନ୍ତି । ମଲଙ୍ଗ 7 ଫେବୃୟାରୀରେ ରିଲିଜ ହେବ ।


ସେୟାର କରନ୍ତୁ